
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ବିଜେଡି ଏବେ
ବିଲୟ ମୁହାଁ ବୋଲି କହି ଟାର୍ଗେଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି
ଯେ, ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି । ଯେଉଁଭଳି ନେତା ମାନେ
ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ ।ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି,
ଖୁବ୍ ଶୀଘ୍ର ଅଲ୍ଆଉଟ୍ ହେବ । ବିନା ବିଚାରଧାରାରେ
କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା