ବିଶ୍ଵ ପରିବେଶ ଦିବସ ପାଳିତ
ଗଞାମ, ୫ ଜୁନ୍ (ହି.ସ.)- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଡକ୍ଟର୍ସ ଫୋରମ ଓ ଅର୍ଜୁନ ହସ ମଞ୍ଚ ସହଯୋଗରେ ଗଜପତି ନଗର ଚତୁର୍ଥ ସାରଣୀରେ ସକାଳ ୬ଟା ସମୟରେ ବୃକ୍ଷ ରୋପଣ ଓ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍
Gg


ଗଞାମ, ୫ ଜୁନ୍ (ହି.ସ.)- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଡକ୍ଟର୍ସ ଫୋରମ ଓ ଅର୍ଜୁନ ହସ ମଞ୍ଚ ସହଯୋଗରେ ଗଜପତି ନଗର ଚତୁର୍ଥ ସାରଣୀରେ ସକାଳ ୬ଟା ସମୟରେ ବୃକ୍ଷ ରୋପଣ ଓ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ବହୁମୁଖୀ ଓ ଡକ୍ଟର୍ସ ଫୋରମର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁମୁଖୀର ସମ୍ପାଦକ ମହମଦ ଆସଲାମ, ଅର୍ଜୁନ ହସ ମଞ୍ଚର ସଭାପତି ସିମାଞ୍ଚଳ ବିଶୋଇ, ସମ୍ପାଦକ ଡା. ସମରେନ୍ଦ୍ର ସାହୁ, ଡକ୍ଟରସ ଫୋରମର ସମ୍ପାଦକ ଡା. ଅତୁଲ୍ୟ କୁମାର ପଟନାୟକ, ବରିଷ୍ଠ ସଦସ୍ୟ ସୁଦର୍ଶନ ବିଷୋୟୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ଉପାଧ୍ୟକ୍ଷ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ସବୁ ଅନୁଷ୍ଠାନର ବହୁ ସଦସ୍ୟ ଭାଗ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ୍ୟ ରୋପଣ ଉପରେ ନିଜ ନିଜର ବାର୍ତ୍ତା ଉପସ୍ଥାପନ କରିଥିଲେ |

ଏହି ଅବସରରେ ବିଶିଷ୍ଟ ପରିବେଶ ତଥା ବୃକ୍ଷ୍ୟ ପ୍ରେମୀ ସୁଶ୍ରୀ ସ୍ୱପ୍ନା ରାଣୀ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା | ସୁଶ୍ରୀ ପାଣିଗ୍ରାହୀ ବୃକ୍ଷ ରୋପଣ ପରେ ତା'ର ଯଥାର୍ଥ ଯତ୍ନ ନେଇ ବଢାଇବା ପାଇଁ ପରାମର୍ଶ ଦେଇଥିଲେ ଓ ପରିବେଶ ସୁରକ୍ଷା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ଶପଥ ପାଠ କରିଥିଲେ |

ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, ଧର୍ମରାଓ, ମାନସ ରଞ୍ଜନ ପାତ୍ର, ସୁନୀଲ କୁମାର ସାହୁ, ଡା. କିରଣ କୁମାର ପାଣିଗ୍ରାହୀ, ଡାକ୍ତର ରବୀନ୍ଦ୍ର ଗନ୍ତାୟତ, ଡାକ୍ତର ରାମଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ | ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ସମୀର କୁମାର ଆଚାର୍ଯ୍ୟ ଯୋଗଦେଥିଲେ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande