
ଭୁବନ, ୫ ଜୁନ୍ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଫୁଲ ଓ ଫଳ ବୃକ୍ଷ ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ପରିଚାଳନା କମିଟି ସଦସ୍ୟା ଭାରତୀ ଦେହୁରୀ, ଚନ୍ଦନୀ ଦେହୁରୀ, ନିରୂପମା ଦେହୁରୀ, ନେହା ଟୁଡୁ, କୁନ୍ତଳା ଦେହୁରୀ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ