ଆୟୁଷ୍ମାନ କାର୍ଡ ଅଧୀନରେ ସ୍ୱାସ୍ଥ୍ୟ ସେବା ବିସ୍ତାର: ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, 06 ଜୁନ (ହି.ସ.) ଜନସାଧାରଣଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଦ୍ଦେଶ୍ୟ ରଖି ଆୟୁଷ୍ମାନ କାର୍ଡ ଯୋଜନାରେ ସ୍ୱାସ୍ଥ୍ୟ ସେବାରେ ବିସ୍ତାର କରାଯାଇଥିବା ନେଇ ସୂଚନା ଦେଇଛଥନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ। ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଅନୁଯାୟୀ, ହସ୍
ଆୟୁଷ୍ମାନ କାର୍ଡ ଅଧୀନରେ ସ୍ୱାସ୍ଥ୍ୟ ସେବା ବିସ୍ତାର: ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର, 06 ଜୁନ (ହି.ସ.) ଜନସାଧାରଣଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଦ୍ଦେଶ୍ୟ ରଖି ଆୟୁଷ୍ମାନ କାର୍ଡ ଯୋଜନାରେ ସ୍ୱାସ୍ଥ୍ୟ ସେବାରେ ବିସ୍ତାର କରାଯାଇଥିବା ନେଇ ସୂଚନା ଦେଇଛଥନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ।

ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ୩ ଦିନ ମଧ୍ୟରେ କରାଯାଇଥିବା ସମସ୍ତ ଡାୟାଗ୍ନୋଷ୍ଟିକ୍ ପରୀକ୍ଷା ଏବେ ଆୟୁଷ୍ମାନ କାର୍ଡ ଅଧୀନରେ ଅନ୍ତର୍ଭୁକ୍ତ ହେବ। ଏହାସହ ହସ୍ପିଟାଲରୁ ଡିସଚାର୍ଜ ପରେ ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ଔଷଧ, ଫଲୋ-ଅପ୍ ଓ ଆବଶ୍ୟକୀୟ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇଦିଆଯିବ। ଏହି ସମୟରେ ହସ୍ପିଟାଲଗୁଡ଼ିକ ନିଜ ପକ୍ଷରୁ ଆବଶ୍ୟକ ଔଷଧ ଯୋଗାଇବାକୁ ବାଧ୍ୟ ହେବେ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସର୍ଜରୀ ପରେ କୌଣସି ଜଟିଳତା ଦେଖାଦେଲେ କିମ୍ବା ପୁନଃ ଭର୍ତ୍ତି ଆବଶ୍ୟକ ହେଲେ, ସେହି ଚିକିତ୍ସା ମଧ୍ୟ ପୂର୍ବ ନିର୍ଦ୍ଧାରିତ ପ୍ୟାକେଜ୍ ଅଧୀନରେ ହେବ ଏବଂ ରୋଗୀଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ।

ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଯୋଜନାରେ ତାଲିକାଭୁକ୍ତ କିଛି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ପୂର୍ବ ଓ ଚିକିତ୍ସା ପରବର୍ତ୍ତୀ ସମୟରେ ଡାୟାଗ୍ନୋଷ୍ଟିକ୍ ସେବା ପାଇଁ ଅନାବଶ୍ୟକ ଅର୍ଥ ଆଦାୟ କରାଯାଉଛି, ଯାହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ମନ୍ତ୍ରୀ କଡ଼ା ସତର୍କବାଣୀ ଦେଇ କହିଛନ୍ତି ଯେ, ନିୟମ ଉଲ୍ଲଂଘନ କିମ୍ବା ରୋଗୀଙ୍କୁ ହଇରାଣ କରିବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଠୋର ଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande