ବିଶ୍ୱ ପରିବେଶ ଦିବସରେ ଭଦ୍ରକ ଜିଲ୍ଲା ପ୍ରଶାସନର ନୂତନ ପଦକ୍ଷେପ, ‘ଭଦ୍ରକ ଇଏନଭି’ ଆପ୍ ଲୋକାର୍ପିତ
ଭଦ୍ରକ, ୬ ଜୁନ୍ (ହି.ସ.) - ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ଭଦ୍ରକ ଜିଲ୍ଲା ପ୍ରଶାସନ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ‘ଭଦ୍ରକ ଇଏନଭି’ ନାମକ ଏକ ସାର୍ବଜନୀନ ଅନଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରିଛି। ଏହି ଅଭିନବ ପଦକ୍ଷେପ
BHADRAK ENV AAP LOKARPITA


ଭଦ୍ରକ, ୬ ଜୁନ୍ (ହି.ସ.) - ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ଭଦ୍ରକ ଜିଲ୍ଲା ପ୍ରଶାସନ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ‘ଭଦ୍ରକ ଇଏନଭି’ ନାମକ ଏକ ସାର୍ବଜନୀନ ଅନଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରିଛି। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ସାଧାରଣ ଲୋକ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ପ୍ରଶାସନଙ୍କ ନିକଟରେ ଦାଖଲ କରିପାରିବେ। ଆପ୍ଟି ଜନସାଧାରଣ ଏବଂ ସମ୍ପୃକ୍ତ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଫଳପ୍ରଦ ମାଧ୍ୟମ ହେବ ବୋଲି ଆଶା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀମାନେ ନିଜ ମୋବାଇଲରେ ‘ଭଦ୍ରକ ଇଏଡ଼ଭି’ ଆପ୍ ଡାଉନଲୋଡ୍ କରି ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ସହ ତାହାର ଅଗ୍ରଗତି ମଧ୍ୟ ଅନୁସରଣ କରିପାରିବେ। ଏହି ଆପ୍ ପରିବେଶ ସୁରକ୍ଷା କ୍ଷେତ୍ରରେ ଜନସାଧାରଣଙ୍କ ସକ୍ରିୟ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକଙ୍କୁ ଏହି ଆପ୍ର ବ୍ୟବହାର କରି ପରିବେଶ ସୁରକ୍ଷା ଅଭିଯାନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande