ଚାନ୍ଦବାଲି ବ୍ଲକ; ଅଧିକାରୀଙ୍କ କଥା ଶୁଣୁନାହାନ୍ତି ସରପଂଚ, ଦେବୋତର ସ୍ଥାନରେ ରାସ୍ତା ନିର୍ମାଣ
ଭଦ୍ରକ, ୬ ଜୁନ୍ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ୩୬ଟି ପଂଚାୟତକୁ ନେଇ ଗଠିତ। ଏହି ବ୍ଲକରେ ଅଧୁନା ସଞ୍ଜିବ ମହାପାତ୍ର ବିଡିଓ ଅବସ୍ଥାପିତ। ବ୍ଲକରେ ୨ଜଣ ସହକାରୀ ଯନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ତାଙ୍କ ଅଧିନରେ ୬ଜଣ କନିଷ୍ଠଯନ୍ତ୍ରୀ କାର୍ଯ୍ୟରତ। ମାତ୍ର ଏହି ବ୍ଲକରେ
CHANDBALI - DEBOTTAR STANARE RASTA NIRMAN


ଭଦ୍ରକ, ୬ ଜୁନ୍ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ୩୬ଟି ପଂଚାୟତକୁ ନେଇ ଗଠିତ। ଏହି ବ୍ଲକରେ ଅଧୁନା ସଞ୍ଜିବ ମହାପାତ୍ର ବିଡିଓ ଅବସ୍ଥାପିତ। ବ୍ଲକରେ ୨ଜଣ ସହକାରୀ ଯନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ତାଙ୍କ ଅଧିନରେ ୬ଜଣ କନିଷ୍ଠଯନ୍ତ୍ରୀ କାର୍ଯ୍ୟରତ। ମାତ୍ର ଏହି ବ୍ଲକରେ ହେଉଥିବା ସମସ୍ତ କାର୍ଯ୍ୟ କୁ ସଠିକ ଭାବେ ତଦାରଖ ହେଉ ନଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବ୍ଲକର ଏକ ପଂଚାୟତରେ ଦେବୋତର ସ୍ଥାନରେ ଏକ ରାସ୍ତା ନିର୍ମାଣ ହେଉଥିଲା। ସଂପୃକ୍ତ ଦେବୋତର ବିଭାଗ କମିଶନରଙ୍କ ନିକଟରେ ଏହି ଅଭିଯୋଗ ପହଂଚିବା ପରେ ଦେବୋତର କମିଶନର ସିଧାସଳଖ ଭଦ୍ରକ ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଏହି ରାସ୍ତା ନ କରିବାକୁ ନିର୍ଦେଶ ଦେଲେ। ଏହି ନିର୍ଦେଶ ଅନୁଯାଇ ଭଦ୍ରକ ଜିଲ୍ଲାପାଳ , ତୁରନ୍ତ ଚାନ୍ଦବାଲି ବିଡିଓଙ୍କୁ ଏହି ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ମଧ୍ୟ ଦେଲେ। ତୁରନ୍ତ ବିଡିଓ ତାଙ୍କ ଅଧିନରେ ଥିବା ୨ଜଣ ସହକାରୀ ଯନ୍ତ୍ରୀ ଏବଂ ସଂପୃକ୍ତ ସହକାରୀ ଯନ୍ତ୍ରୀ ଜଣକ ତୁରନ୍ତ ଦେବୋତର ସ୍ଥାନରେ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ସଂପୃକ୍ତ ସରପଂଚଙ୍କୁ ନିର୍ଦେଶ ଦେଲେ। ଏଥି ସହ ସଂପୃକ୍ତ ସରପଂଚ ଙ୍କୁ ମଧ୍ୟ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ ଭାବେ ବନ୍ଦ କରିବାକୁ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓ, ଚାନ୍ଦବାଲି ବ୍ଲକ ର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀ ମଧ୍ୟ ଫୋନ ଯୋଗେ ନିର୍ଦେଶ ଦେଲେ। ମାତ୍ର ସଂପୃକ୍ତ ସରପଂଚ ସମସ୍ତଙ୍କ କଥାକୁ ତୁଚ୍ଛ କରି ଏହି ରାସ୍ତା କାର୍ଯ୍ୟ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହି ଏହି ରାସ୍ତା କାର୍ଯ୍ୟ ଶେଷ କରିଦେଲେ। ଫଳରେ ଦେବୋତର ସ୍ଥାନରେ ସଂପୃକ୍ତ ସରପଂଚ ଜାଣିଶୁଣି ରାସ୍ତା ନିର୍ମାଣ କରିବା ସହ ଜିଲ୍ଲାପାଳଙ୍କ ନିର୍ଦେଶକୁ ମଧ୍ୟ ତୁଚ୍ଛ ମନେକଲେ। କେଉଁ ପରିସ୍ଥିତିରେ ସଂପୃକ୍ତ ସରପଂଚ ଖୋଲାଖୋଲି ଭାବେ ଆଇନ ଉଲଘଂନ କରିବା ସହ ଆଇନକୁ ହାତକୁ ନେଲେ ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ନଚେତ ଆଗାମୀ ଦିନରେ ସଂପୃକ୍ତ ସରପଂଚଙ୍କ ର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଦେବେତୋର କମିଶନରଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚା ଚାଲିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande