
ମାଲକାନଗିରି, ୬ ଜୁନ୍ (ହି.ସ.)- କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡା ପଞ୍ଚାୟତର ଏମପିଭି ୩୯ ଗ୍ରାମରେ ଗତକାଲି ହୋଇଥିବା କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷତି ହୋଇଛି। ଏହି ଝଡ଼ରେ ଗ୍ରାମର ବିଜଲୀ ରାଣୀ ବାଇନ (୭୦)ଙ୍କ ଘର ଉପରେ ବଡ଼ ଗଛ ଭାଙ୍ଗି ପଡ଼ି ଘରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ଘରଟି ପୂରାପୂରି ଭାଙ୍ଗିପଡ଼ିଥିବାରୁ ବୃଦ୍ଧା ଜଣକ ଗୁରୁତର ଅସୁବିଧାରେ ପଡ଼ିଛନ୍ତି। ସେ ପୂର୍ବରୁ କୌଣସି ଇନ୍ଦିରା ଆବାସ ଯୋଜନାର ଲାଭ ମଧ୍ୟ ପାଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ପ୍ରଶାସନକୁ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଏବଂ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ବୃଦ୍ଧା ଜଣକ ଅସ୍ଥାୟୀ ଭାବେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ।
ପ୍ରଶାସନ ତରଫରୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ