ବଲାଙ୍ଗୀରରେ ଅଧ୍ୟାପକ ମଂଚ ଗଠିତ
ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ସଭାପତି ଓ ରତିକାନ୍ତ ନାଏକ ସଂପାଦକ ମନୋନିତ ବଲାଙ୍ଗୀର, ୦୭ ଜୁନ୍(ହି.ସ.) – ବଲାଙ୍ଗୀର ସ୍ଥିତ ଯାଦବ ଭବନ ଠାରେ ସନ୍ଧ୍ୟାରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଂଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲା
ବଲାଙ୍ଗିର ରେ ଅଧ୍ୟାପକ ମଂଚ ଗଠିତ ସୁରେଶ ଚନ୍ଦ୍ର ଷଡଙ୍ଗି ସଭାପତି ଓ ରତିକାନ୍ତ ନାଏକ ସଂପାଦକ ମନୋନିତ


ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ସଭାପତି ଓ ରତିକାନ୍ତ ନାଏକ ସଂପାଦକ ମନୋନିତ

ବଲାଙ୍ଗୀର, ୦୭ ଜୁନ୍(ହି.ସ.) – ବଲାଙ୍ଗୀର ସ୍ଥିତ ଯାଦବ ଭବନ ଠାରେ ସନ୍ଧ୍ୟାରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଂଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲାର ସରକାରୀ ମହାବିଦ୍ୟାଳୟ ଯୁକ୍ତ ଦୁଇ, ଯୁକ୍ତ ତିନି, ଅନୁଦାନ ପ୍ରାପ୍ତ ୪୪୮ ବର୍ଗ, ୬୬୨ ବର୍ଗ ତଥା ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ସହ ଅବସର ଗ୍ରହଣ କରି ସାରିଥିବା ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ସାମୁହିକ ଦୃଷ୍ଟିରୁ ଜିଲ୍ଲାରେ ଅବସ୍ଥାପିତ ଅଧ୍ୟାପକ, ଅଧ୍ୟାପିକା ଙ୍କ ସମସ୍ୟା ବିଷୟକ ଚର୍ଚ୍ଚା ଆଲୋଚନା ପାଇଁ ପୂର୍ବରୁ ଏଭଳି କୌଣସି ସଂଘ ଗଠିତ ହୋଇ ନଥିବାରୁ ଉକ୍ତ ସଭାରେ ଏକ ନୂତନ ଅଧ୍ୟାପକ ମଂଚ ଗଠନର ରୂପରେଖ ସ୍ଥିରୀକୃତ କରାଯାଇଥିଲା। ଅଧ୍ୟାପକ କବିରାଜ ଭୋଇଙ୍କ ପ୍ରସ୍ତାବ କ୍ରମେ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ ଙ୍କୁ ସଭାପତି, ଅଧ୍ୟାପକ ନାରାୟଣ ମିଶ୍ର, ଉପ-ସଭାପତି ଅଧ୍ୟାପକ ରତିକାନ୍ତ ନାଏକ ସଂପାଦକ, ପ୍ରମୋଦ କୁମାର ବଡପଣ୍ଡା , ସହ ସଂପାଦକ ଡ. ଜଗନ୍ନାଥ ସାହୁ କୋଷାଧ୍ୟକ୍ଷ ଓ ଛବିଳ ବଗର୍ତୀ, କବିରାଜ ଭୋଇ, ରମେଶ ଚନ୍ଦ୍ର ପ୍ରଧାନୀ, ଶିବ ଶଙ୍କର ଉଦ୍ଗାତା, ପୁରୁଷୋତମ ଭଞ୍ଜ, ଦିବାକର ପୋଡ ସଭ୍ୟ ଭାବରେ ମନୋନୀତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. କୌତୁକ ପନ୍ଦର, ରାଧେଶ୍ୟାମ ସିଂ ସେନାପତି, ପ୍ରମୋଦ କୁମାର ବରାଡ଼, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରମେଶ ଚନ୍ଦ୍ର ସିଂଦେଓ, ଦଧିବାମନ ପଧାନ, ସତ୍ୟ ନାରାୟଣ ବଗର୍ତୀ, ହେମନ୍ତ ସାହୁ, ରବିନ୍ଦ୍ର ସେଠ ପ୍ରମୁଖ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏହି ମଂଚରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ଶେଷରେ ଅଧ୍ୟାପକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande