
ଜୟପୁର, ୭ ଜୁନ୍ (ହି.ସ.)- ଓଡ଼ିଶା ଅମଲା ସଂଘର ୧୭ ତମ ତ୍ରୟୋବାର୍ଷିକି ସମ୍ମିଳନିକୁ ନେଇ ଜୟପୁର ଯାଦବ ଭବନ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି l
ଓଡ଼ିଶା ଅମଲା ସଂଘ ଆଞ୍ଚଳିକ ସମ୍ପାଦକ କୈଳାଶ ସାମନ୍ତରାୟଙ୍କ ଦ୍ୱାରା ଆୟୋଜିତ ବୈଠକରେ ଓଡ଼ିଶା ଅମଲା ସଂଘର ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଯୋଗଦାନ କରିବା ସହିତ ସଂଘର କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦାନ କରିଥିଲେ l ଏଥି ପୂର୍ବରୁ ଓଡ଼ିଶା ଅମଲା ସଂଘର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲାରେ କରିବା ନିମନ୍ତେ ଶ୍ରୀ ଦାଶ୍ ବାରମ୍ବାର ରାଜ୍ୟ ସଂଘର ଦୃଷ୍ଟି ଆକର୍ଷଣ କରିବା ସହିତ ଜୟପୁର ଠାରେ ବୈଠକ ଡାକିଥିଲେ l ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅପରପକ୍ଷରେ କିଛି କୁଚକ୍ରାନ୍ତକାରୀ ଅମଲା, ରାଜସ୍ବ ଅମଲା ଓ ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଯେଉଁଭଳି ଭାବରେ କୁଚକ୍ରାନ୍ତ କରି ହଜାର ହଜାର ଅମଲାଙ୍କ ଆଖିରେ ଧୂଳି ଦେଇ ପୁରୀ ଠାରେ ଏକ ତ୍ରୟବାର୍ଷିକି ସମ୍ମିଳନି କରିବା ସହିତ ଲୁକ୍କାୟିତ ଭାବେ କର୍ମକର୍ତ୍ତା ଚୟନ କରି ଘୋଷଣା କରିଥିଲେ l ଏହାକୁ ସମଗ୍ର ଜିଲ୍ଲାର ଅମଲା ମାନେ ବିରୋଧ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ କରି ଏହାକୁ ସ୍ଥଗିତ କରାଇଥିଲେ। ଏହା ଶ୍ରୀ ଦାଶ୍ ସମସ୍ତଙ୍କୁ ଅବଗତ କରାଇବା ସହିତ ଉକ୍ତ ଚୟନ ପ୍ରକ୍ରିୟାରେ ୫ ଲକ୍ଷ ଟଙ୍କା କାରବାର ହୋଇଥିବାର ସୂଚନା ମିଳୁଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଏସବୁ କରାଇଥିବା ସୂଚନା ମିଳିଛି ବୋଲି ଶ୍ରୀ ଦାଶ୍ ପ୍ରକାଶ କରିଥିଲେ l ଏନେଇ ଉଚ୍ଚ ନ୍ୟାୟାଳୟରେ ଏକାଧିକ ମାମଲା ରୁଜ୍ଜୁ ହୋଇଥିବା ଶ୍ରୀ ଦାଶ ପ୍ରକାଶ କରିଥିଲେl ତେଣୁ ସମସ୍ତଙ୍କ ମତାମତକୁ ଆଧାର କରି ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସମସ୍ତଙ୍କ ମତାମତକୁ ଆଧାର କରି ହୁଏ ତ କୋରାପୁଟ ଜିଲ୍ଲାରେ ତ୍ରୟବାର୍ଷିକି ସମ୍ମିଳନୀ କରି ଅସମ୍ପୂର୍ଣ୍ଣ ରହିଥିବା ତ୍ରୟବାର୍ଷିକି ସମ୍ମିଳନିର କୋରାପୁଟ ଜିଲ୍ଲାରେ ଅତି ଶିଘ୍ର ମୁଣ୍ଡି ମାରିବା ନେଇ ସୂଚନା ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି