
ଗଞାମ, ୭ ଜୁନ୍ (ହି.ସ.)- ଆସିକା ଥାନା ଅନ୍ତର୍ଗତ ଆସିକା ସହର ହାଟପଦାରେ ଥିବା ସୋଡା ଦୋକାନ ଉପରେ ଆସିକା ପୁଲିସ ଚଢଉ କରି ଦୋକାନ ସିଲ କରିଛି । କିଛି ଦିନ ହେଲା ଏହି ଦୋକାନରେ ଅପମିଶ୍ରିତ ତଥା ବେଆଇନ ଭାବେ ସୋଡା ପ୍ରସ୍ତୁତ ହେଉଥିବା ଖବର ପାଇ ପୁଲିସ ଏହି ଦୋକାନ ଉପରେ ଚଢଉ କରି ସିଲ୍ କରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ