ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ ଓ ବିଶ୍ୱ ସାଇକେଲ୍ ଦିବସ ପାଳିତ

ସମ୍ବଲପୁର, ୦୭, ଜୁନ୍ (ହି.ସ.) - ମହିଳାମାନଙ୍କ କ୍ରୀଡ଼ା କ୍ଷେତ୍ରରେ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ସମ୍ବଲପୁରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ସାଇକ୍ଲିଂ କ୍ଲବ୍ ସହଯୋଗ କରିଥିଲା। ବିଶ୍ୱ ସାଇକେଲ୍ ଦିବସ ଅବସରରେ ଆୟୋଜିତ ଏହି ଲିଗ୍ ମାଧ୍ୟମରେ ମହିଳାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ଆସିବାକୁ ଉତ୍ସାହିତ କରାଯାଇଥିଲା। ଏହି ସାଇକ୍ଲିଂ ରାଲିରେ ପ୍ରାୟ ୧୨୦ ଜଣ ସାଇକ୍ଲିଷ୍ଟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରୀମାନେ ଓ ସମ୍ବଲପୁର ସାଇକ୍ଲିଂ କ୍ଲବ୍ର ସଦସ୍ୟମାନେ ସାମିଲ ଥିଲେ। ଯୁବତୀ ଓ କିଶୋରୀମାନଙ୍କ ମଧ୍ୟରେ ସାଇକ୍ଲିଂ ପ୍ରତି ଆଗ୍ରହ ସୃଷ୍ଟି, ଶାରୀରିକ ସୁସ୍ଥତା, ଆତ୍ମବିଶ୍ୱାସ ବୃଦ୍ଧି ଏବଂ କ୍ରୀଡ଼ା ଦକ୍ଷତାର ବିକାଶ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ପ୍ରତିନିଧି ଡା. ଜ୍ଞାନ ରଞ୍ଜନ ପରିଡ଼ା ଓ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ପି. କେ. ବିଶୋଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଅବସରରେ ଆୟୋଜକମାନେ କହିଥିଲେ ଯେ, ଗ୍ରାମାଂଚଳ ସ୍ତରରୁ ଝିଅମାନଙ୍କ ପାଇଁ କ୍ରୀଡ଼ା ସୁଯୋଗ ସୃଷ୍ଟି କରିବା ଏବଂ ସାଇକ୍ଲିଂକୁ ଏକ ସହଜ ଓ ସ୍ୱାସ୍ଥ୍ୟକର ଖେଳ ଭାବେ ଲୋକପ୍ରିୟ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ସାଇକ୍ଲିଂର ସ୍ୱାସ୍ଥ୍ୟଗତ, ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଥିବା ଉପକାରିତା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲା।

ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ କ୍ରୀଡ଼ା ବିଭାଗ, ସମ୍ବଲପୁର ସାଇକ୍ଲିଂ କ୍ଲବ୍, ଅଂଶଗ୍ରହଣକାରୀ ବିଦ୍ୟାଳୟ, ସ୍ୱେଚ୍ଛାସେବୀ ଏବଂ ସମସ୍ତ ସାଇକ୍ଲିଷ୍ଟଙ୍କୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ଜଣାଯାଇଛି।

ସମ୍ବଲପୁରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ର ସଫଳ ଆୟୋଜନ ଓଡ଼ିଶାରେ ସାଇକ୍ଲିଂ ପ୍ରତି ବଢୁଥିବା ଆଗ୍ରହକୁ ପ୍ରତିଫଳିତ କରିବା ସହ ଆଗାମୀ ପିଢ଼ିର ମହିଳା ସାଇକ୍ଲିଷ୍ଟମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ସମସ୍ତଙ୍କ ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande