ମେଗା ଏମ୍ଆରଏଫ୍ ବୁଲି ଦେଖିଲେ ଶିକ୍ଷା ନବିଶ
ଭୁବନେଶ୍ୱର , 07 ଜୁନ୍ (ହି.ସ.) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ରେ ଯୋଗଦେଲେ 85 ଜଣ ଶିକ୍ଷା ନବିଶ । ସେମାନେ ପଳାଶୁଣିସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ ସି ସି) ଓ ମ୍ୟାଟେରିଆଲ ରିକଭରି ଫ୍ୟାସଲିଟ୍ (ଏମ୍ ଆର୍ ଏଫ୍) ବୁଲି ଦେଖିଥିଲେ । ଦୈନିକ 150 ମେଟ୍ରିକ୍ ଟନ୍ ପ୍ରକ୍ରିୟାକରଣ ହ
ମେଗା ଏମ୍ଆରଏଫ୍ ବୁଲି ଦେଖିଲେ ଶିକ୍ଷା ନବିଶ


ଭୁବନେଶ୍ୱର , 07 ଜୁନ୍ (ହି.ସ.)

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ରେ ଯୋଗଦେଲେ 85 ଜଣ ଶିକ୍ଷା ନବିଶ । ସେମାନେ ପଳାଶୁଣିସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ ସି ସି) ଓ ମ୍ୟାଟେରିଆଲ ରିକଭରି ଫ୍ୟାସଲିଟ୍ (ଏମ୍ ଆର୍ ଏଫ୍) ବୁଲି ଦେଖିଥିଲେ । ଦୈନିକ 150 ମେଟ୍ରିକ୍ ଟନ୍ ପ୍ରକ୍ରିୟାକରଣ ହେଉଥିବା ଏହି ପ୍ଲାଣ୍ଟର କାର୍ଯ୍ୟଧାରା ଓ ପଦ୍ଧତି ସଂପର୍କରେ ପଚାରି ବୁଝିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ କିପରି ବର୍ଜ୍ୟ ପ୍ରକ୍ରିୟା କରଣ କରାଯାଉଛି, ଓଦା ବର୍ଜ୍ୟ ଓ ଶୁଖିଲା ବର୍ଜ୍ୟ ବସ୍ତୁ କିପରି ପ୍ରକ୍ରିୟା କରଣ କରାଯାଉଛି । ସହରରୁ ସଂଗୃହୀତ ହେଉଥିବା ନଡିଆରୁ କିପରି କତା ଏବଂ କତାରୁ କିପରି ବିଭିନ୍ନ ଘରକରଣା ଯଥା-ହାତୀ, ଘୋଡା, ବିଭିନ୍ନ ପ୍ରକାଳ ପଶୁ ଓ ପକ୍ଷୀ, ପାମ୍ପୋଛ ଆଦି ଜିନିଷ ପ୍ରସ୍ତୁତ ହେଉଛି, ସେ ସବୁ ବୁଲି ଦେଖିଥିଲେ ।

+3 ଶ୍ରେଣୀର କଳା, ବାଣିଜ୍ୟ ଏବଂ ବିଜ୍ଞାନର ସମୁଦାୟ 85 ଜଣ ବିଦ୍ୟାର୍ଥୀ ଏଥିରେ ସାମିଲି ଅଛନ୍ତି ଆମେ ନେଉଥିବା ଶିକ୍ଷା ଏବଂ କ୍ଷେତ୍ର ବିଶେଷରେ ହେଉଥିବା କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ କିପରି ଅନୁଭୂତିରେ ଆଣି ପାରିବେ, ଯାହା ପରବର୍ତ୍ତୀ ସମୟରେ ବୃତ୍ତି ଏବଂ ସାମାଜିକ ଚଳଣିରେ ସହାୟକ ହୋଇପାରିବ । ସମୁଦାୟ 35 ଦିନର ଅଭିଜ୍ଞତା ନେବେ ଏହି ଶିକ୍ଷାର୍ଥୀମାନେ l ରାଜ୍ୟର ପ୍ରମୁଖ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଭାବରେ ବି ଏମ୍ ସିର କାର୍ଯ୍ୟକ୍ରମରେ ଅନେକ କିଛି ଶିଖି ଅଭିଜ୍ଞତା ହାସଲ କରିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ l

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande