ସ୍କୁଲ ପିଲାଙ୍କ କ୍ଲାସରୁମରେ ଏବେ ନିର୍ବାଚନ ପାଠଶାଳା, ମାଲକାନଗିରିରେ ଭୋଟରଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ
ମାଲକାନଗିରି, ୭ ଜୁନ୍ (ହି.ସ.)- ଆଗାମୀ ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାରାଥନ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ବଡ଼ ଧରଣର ସମୀକ୍ଷା ବୈଠକ ସହ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୪୭-ଚିତ୍ରକୋଣ୍ଡା
ସ୍କୁଲ ପିଲାଙ୍କ କ୍ଲାସରୁମରେ ଏବେ ଚୁନାବ ପାଠଶାଳା,ମାଲକାନଗିରିରେ ଭୋଟରଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ


ମାଲକାନଗିରି, ୭ ଜୁନ୍ (ହି.ସ.)- ଆଗାମୀ ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାରାଥନ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ବଡ଼ ଧରଣର ସମୀକ୍ଷା ବୈଠକ ସହ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୪୭-ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଇଆରଓ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମାଥିଲି ବ୍ଲକ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଭୋଟର ତାଲିକାଭୁକ୍ତ ଫର୍ମ ବଣ୍ଟନ ଓ ସ୍ପେଶାଲ ଇନଫରମେସନ ରେଜିଷ୍ଟ୍ରେସନ ର ଅଗ୍ରଗତି ସମୀକ୍ଷା କରାଯିବା ସହ କ୍ଷେତ୍ର କର୍ମଚାରୀଙ୍କ ସମସ୍ତ ସନ୍ଦେହ ଦୂର ପାଇଁ ଏକ ଡ଼ାଉଟ୍ କ୍ଲିଓର ସେସନ୍ କରାଯାଇଥିଲା। ଏହି ବୈଠକରେ ମାଥିଲି ବିଡିଓ, ସହକାରୀ ଜିଲ୍ଲାପାଳ ନିର୍ବାଚନ ଓ ନୋଡାଲ ଅଫିସରମାନେ ସାମିଲ ଥିଲେ।

ଅନ୍ୟପଟେ ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯାଇନାହିଁ। ଯେଉଁ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ମାନଙ୍କର ପ୍ରଦର୍ଶନ ୫୦ ପ୍ରତିଶତରୁ କମ୍ ରହିଥିଲା, ସେମାନଙ୍କୁ ନେଇ ଚିତ୍ରକୋଣ୍ଡା ବିଡିଓ, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଏକ କଡ଼ା ଆଭିମୁଖ୍ୟ ସହ ସମୀକ୍ଷା କରିଛନ୍ତି ଏବଂ କାର୍ଯ୍ୟରେ ତୁରନ୍ତ ସୁଧାର ଆଣିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୋଟରମାନଙ୍କୁ ସଚେତନ କରିବା ପାଇଁ ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ଉପ ଜିଲ୍ଲାପାଳ ତଥା ଇଆରଓ ସ୍ୱୟଂ ମଇଦାନକୁ ଓହ୍ଲାଇଛନ୍ତି। ଆଜି ମାଲକାନଗିରିର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବି.ବି.ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚୁନାବ ପାଠଶାଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଭୋଟର ପଞ୍ଜୀକରଣ ଏବଂ ଗଣତନ୍ତ୍ରରେ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande