ପିକନିକରେ ଯାଇ ୧୮ ହଜାର ପାୱାର ଚ୍ୟାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ
ସମ୍ବଲପୁର, ୦୭ ଜୁନ୍(ହି.ସ.) – ସମଗ୍ର ରାଜ୍ୟର ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନେକ ଯୁବଗୋଷ୍ଠୀ ବଣ ଜଙ୍ଗଲ ପରିବେଶରେ ବଣଭୋଜି କରୁଥିବା ଦେଖିବାକୁ ମିଳୁଛି। ତେବେ ଏମତିଆ ଏକ ବଣଭୋଜି ଆସର ଆରମ୍ଭ ପୂର୍ବରୁ ଦୁଃଖଦ ଘଟଣା ସମ୍ପ୍ରତି ସାଙ୍ଗସାଥୀ ଓ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ
ପିକନିକରେ ଯାଇ ୧୮ ହଜାର ପାଓ୍ବାର ଚ୍ଯାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ


ପିକନିକରେ ଯାଇ ୧୮ ହଜାର ପାଓ୍ବାର ଚ୍ଯାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ


ପିକନିକରେ ଯାଇ ୧୮ ହଜାର ପାଓ୍ବାର ଚ୍ଯାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ


ପିକନିକରେ ଯାଇ ୧୮ ହଜାର ପାଓ୍ବାର ଚ୍ଯାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ


ପିକନିକରେ ଯାଇ ୧୮ ହଜାର ପାଓ୍ବାର ଚ୍ଯାନେଲରେ ଗାଧୋଇବା ବେଳେ ଛାତ୍ର ନିଖୋଜ


ସମ୍ବଲପୁର, ୦୭ ଜୁନ୍(ହି.ସ.) – ସମଗ୍ର ରାଜ୍ୟର ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନେକ ଯୁବଗୋଷ୍ଠୀ ବଣ ଜଙ୍ଗଲ ପରିବେଶରେ ବଣଭୋଜି କରୁଥିବା ଦେଖିବାକୁ ମିଳୁଛି। ତେବେ ଏମତିଆ ଏକ ବଣଭୋଜି ଆସର ଆରମ୍ଭ ପୂର୍ବରୁ ଦୁଃଖଦ ଘଟଣା ସମ୍ପ୍ରତି ସାଙ୍ଗସାଥୀ ଓ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଆଜି କିଛି ୧୬ ବର୍ଷରୁ ୧୮ ବର୍ଷର ପିଲାମାନେ ମହାନଦୀର ବୁର୍ଲା ନିକଟସ୍ଥ ୧୮ ହଜାର ପାୱାର ଚ୍ୟାନେଲ ନିକଟକୁ ପିକନିକ୍ କରିବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ହଠାତ୍ ଜଣେ ଗଭୀର ପାଣିରେ ନିଖୋଜ ହେଇଯାଇଥିଲା। ଏଭଳି ଅଘଟଣ ଦେଖି ଅନ୍ୟ ସାଙ୍ଗସାଥୀମାନେ ତୁରନ୍ତ ନିକଟସ୍ଥ ଥାନାକୁ ଖବର କରିଥିଲେ। ଏଭଳି ସୁଚନା ମିଳିବା ପରେ ପୋଲିସ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚିତ କରିଥିଲା। ଘଟଣା ସ୍ଥଳରେ ପର୍ଯ୍ୟାୟକ୍ରମେ ଅଗ୍ନିଶମ କର୍ମଚାରୀମାନେ ନିଖୋଜ ବାଳକକୁ ଉଦ୍ଧାର ପାଇଁ ଆକ୍ଳାନ୍ତ ପରିଶ୍ରମ କରିଥିଲେ ମଧ୍ୟ ପାଣି ଅଗଭୀର ଓ ସ୍ରୋତ ସମ୍ପର୍ଣ୍ଣ ଥିବାରୁ ନିଖୋଜ ବାଳକର କୌଣସି ସୁରାକ୍ ମିଳି ପାରିନଥିଲା। ତେବେ ଏହି ଅଘଟଣ ପରେ ନିଜ ପରିବାର ଲୋକଙ୍କ ମାଡଗାଳିକୁ ଭୟକରି ସମସ୍ତେ ଚାଲି ଯାଇଥିବା ବେଳେ ନିଖୋଜ ବାଳକର କୌଣସି ସଠିକ୍ ପରିଚୟ ହସ୍ତଗତ ହୋଇପାରି ନାହିଁ। ନିଖୋଜ ବାଳକ ଜଣଙ୍କ ବୁଢାରଜା ଅଂଚଳର ସ୍ୱସ୍ତିକ ପଣ୍ଡା ବୋଲି କେତେକ କହୁଥିବା ବେଳେ ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande