
ବଲାଙ୍ଗିର, ୭ ଜୁନ୍ (ହି.ସ.)-
ବିଶିଷ୍ଟ ସମାଜସେବୀ, ଭାରତୀୟ ଜନତା ପାର୍ଟି ବଲାଙ୍ଗିରର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଆଜି ଭୋର ୪ଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି ।
ବିଜେପିର ବରିଷ୍ଠ କର୍ମକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ