
ଭୁବନ, ୭ ଜୁନ୍ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ଲୋକନାଥେଶ୍ବର ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଉପଲକ୍ଷେ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।
ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅରବିନ୍ଦ ପାଣିଗ୍ରାହୀ ଓ ପୁଷ୍ପିତା ପାଣିଗ୍ରାହୀ ବର ପିତା, ମାତା ସାଜିଥିଲେ ଓ ନିର୍ବନ୍ଧ ସାମଗ୍ରୀକୁ ମନ୍ଦିର ପରିସରକୁ ଅଣାଯାଇଥିଲା। ରୋଷ ପଟୁଆରରେ ସାମଗ୍ରୀକୁ କନ୍ୟା ଘର ମାନସ ରଞ୍ଜନ ପଣ୍ଡା ଓ ମଧୂସ୍ମିତା ପଣ୍ଡାଙ୍କ ଘରକୁ ନିଆଯାଇଥିଲା। ସେଠାରେ ନିର୍ବନ୍ଧ କାର୍ଯ୍ୟ ସମାପନ କରାଯାଇ ନିମନ୍ତ୍ରଣ ପତ୍ର ଲାଗି କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ