ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ
ଭଦ୍ରକ, ୭ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା କ୍ରିଡା ସଂଘ ଆନୁକୂଲ୍ୟରେ ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଟି ଉପରବାଗୁରାଇ ସ୍ଥିତ ଡଗମୁଣ୍ଡ ରୋଡରେ ୫୬ ଜଣ ମହିଳା ଆଥିଲେଟ୍ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଡେପୁଟୀ କଲେ
MAHILA ASMITA CYCLE LEAGUE


ଭଦ୍ରକ, ୭ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା କ୍ରିଡା ସଂଘ ଆନୁକୂଲ୍ୟରେ ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଟି ଉପରବାଗୁରାଇ ସ୍ଥିତ ଡଗମୁଣ୍ଡ ରୋଡରେ ୫୬ ଜଣ ମହିଳା ଆଥିଲେଟ୍ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଡେପୁଟୀ କଲେକ୍ଟର ତଥା କ୍ରିଡା ଅଧିକାରୀ ଦେବଦତ ମହାପାତ୍ର ଯୋଗ ଦେଇ ଖେଳାଳୀ ସହିତ ନିଜେ ସାଇକେଲ ଚଲାଇ , ଖେଳାଳୀ ମାନଙ୍କର ଉତ୍ସାହ ବଢାଇବା ସହିତ ମନକୁ ଦୃଢ କରିଥିଲେ । ପରିଶେଷରେ ବିଭିନ୍ନ ବର୍ଗରେ ବିଜୟୀ ହୋଇଥିବା ଆଥଲେଟ୍ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ଏଥି ନିମନ୍ତ ଭଦ୍ରକ ଜିଲ୍ଲା କ୍ରିତା ସଂଘ ର ସଂପାଦକ ଧିରେନ୍ ପଲାଇ ସହ ସଂପାଦକ ଅତିଶ ବେହେରା ଶୁଭେଚ୍ଛା ଜଣାଇବା ସହିତ ଶୁଭକାମନା କରିଥିଲେ। ଏହି ପ୍ରତିଯୋଗିତାଟି ସଂଗ୍ରାମୀ ଦେବୀଦତ ନାୟକ , ରବି ନାରାୟଣ ଓଝା ,ରାଜେଶ କୁମାର ନାୟକ ,ମନୋଜ କୁମାର ସାହୁ , ଅସିତ ଦାସ , ସୂର୍ଯ୍ୟକାନ୍ତ ରାଉଳ ,ଅଶ୍ୱିନୀ ନାୟକ, ଦିପେଶ ନାୟକଙ୍କ ତତ୍ୱାବଧାନରେ ସମାପ୍ତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande