ରାଣୀପୁର ଝରିଆଲ ଯୋଗିନୀ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ
ବଲାଙ୍ଗୀର, ୦୭ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଳା ବଙ୍ଗୋମୁଣ୍ଡା ବ୍ଳକ ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବଙ୍ଗୋମ
ରାଣୀପୁର ଝରିଆଲ ଯୋଗିନୀ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ


ବଲାଙ୍ଗୀର, ୦୭ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଳା ବଙ୍ଗୋମୁଣ୍ଡା ବ୍ଳକ ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବଙ୍ଗୋମୁଣ୍ଡା ବ୍ଳକ ଯୁବ ସଂଗଠନ କନ୍ଧ ସମାଜ କାର୍ଯ୍ୟକାରୀ ସଭାପତି କୁବେର ଭୋଇ, ଯୁବ ସଂଗଠନ କନ୍ଧ ସମାଜ ନାରୀ ନେତ୍ରୀ ତଥା ଫାଷ୍ଟ ନ୍ୟୁଜ୍ ଓଡିଶା ସାମ୍ବାଦିକା କଳ୍ପ ଭୋଇ, ନାରୀ ନେତ୍ରୀ ସିମିତା ଭରାସଗରିଆ,ଯୁବ ଆଦିବାସୀ ନେତା ତଥା କୋଶଳ ସଂଗ୍ରାମୀ କେକି ସିଂ ଭୋଇ ଏବଂ ଅନନ୍ତ ବାଗ ପ୍ରଶାସନ ନିକଟରେ ତୁରନ୍ତ ନୂତନ ପତାକା ଲଗାଇବା ପାଇଁ ଦାବି କରିଥିଲେ। ସେମାନଙ୍କର ଏହି ଯଥାର୍ଥ ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ଏବଂ ପୀଠରେ ନୂତନ ଜାତୀୟ ପତାକା ଉତୋଳନ କରାଯାଇଛି। ଜାତୀୟ ପତାକା ପ୍ରତି ଦେଖାଯାଇଥିବା ଏହି ସମ୍ମାନ ଏବଂ ସମସ୍ୟାର ସମାଧାନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande