ଘରୋଇ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଭକ୍ତ ଚରଣ ଦାସ
ଭୁବନେଶ୍ୱର, 07 ଜୁନ (ହି.ସ.) ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦରରେ ₹୨୯ ବୃଦ୍ଧିକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ରୋଷେଇ ଘର ଉପରେ ସିଧା
ଭକ୍ତ ଚରଣ ଦାସ


ଭୁବନେଶ୍ୱର, 07 ଜୁନ (ହି.ସ.) ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦରରେ ₹୨୯ ବୃଦ୍ଧିକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ରୋଷେଇ ଘର ଉପରେ ସିଧାସଳଖ ଆଘାତ ।

ସୋସିଆଲ ମିଡିଆରେ ପ୍ରକାଶିତ ଏକ ପୋଷ୍ଟରେ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଦ୍ରବ୍ୟମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ପୂର୍ବରୁ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ସେମାନଙ୍କ ଉପରେ ଅଧିକ ମହଙ୍ଗାମାଡ଼ର ବୋଝ ଲଦୁଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ମହଙ୍ଗା ନୀତି ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦିନକୁ ଦିନ ଅଧିକ କଷ୍ଟକର ହେବାରେ ଲାଗିଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଇନ୍ଧନ ଦରର ଲଗାତାର ବୃଦ୍ଧି ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande