ବାରମ୍ବାର ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି କଂଗ୍ରେସ : ଲିକା ସାହୁ : ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଲେ ପୌରାଧ୍ୟକ୍ଷା
ବଲାଙ୍ଗିର, ୭ ଜୁନ୍ (ହି.ସ.)- ବଲାଙ୍ଗୀର ପୌରପାଳିକାକୁ ବିଭିନ୍ନ ସମୟରେ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଓ କଂଗ୍ରେସ ଦଳ ଟାର୍ଗେଟ କରି ଦୁର୍ନୀତି ଅଭିଯୋଗ ଆଣୁଛନ୍ତି । ମୁଖ୍ୟତଃ ମହାରାଣୀସାଗର ଓ ଅନ୍ୟ ୧୧ଟି ବନ୍ଧକଟାର ପୁନଃରୁଦ୍ଧାର ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗ ଆଣି ନଗର କଂଗ୍ରେସ ପକ୍ଷରୁ ଶନିବ
ବାରମ୍ବାର ଭୁଲତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି କଂଗ୍ରେସ : ଲିକା ସାହୁ ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଲେ ପୌରାଧ୍ୟକ୍ଷା:


ବାରମ୍ବାର ଭୁଲତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି କଂଗ୍ରେସ : ଲିକା ସାହୁ ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଲେ ପୌରାଧ୍ୟକ୍ଷା:


ବଲାଙ୍ଗିର, ୭ ଜୁନ୍ (ହି.ସ.)-

ବଲାଙ୍ଗୀର ପୌରପାଳିକାକୁ ବିଭିନ୍ନ ସମୟରେ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଓ କଂଗ୍ରେସ ଦଳ ଟାର୍ଗେଟ କରି ଦୁର୍ନୀତି ଅଭିଯୋଗ ଆଣୁଛନ୍ତି । ମୁଖ୍ୟତଃ ମହାରାଣୀସାଗର ଓ ଅନ୍ୟ ୧୧ଟି ବନ୍ଧକଟାର ପୁନଃରୁଦ୍ଧାର ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗ ଆଣି ନଗର କଂଗ୍ରେସ ପକ୍ଷରୁ ଶନିବାର ଧାରଣା ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଗତକାଲି କଂଗ୍ରେସ-ବିଜେଡି ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବିରୋଧୀ କଂଗ୍ରେସ ଦଳର ଅଭିଯୋଗର ଉତ୍ତର ରଖିଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ । ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଲିକା ସାହୁ କହିଛନ୍ତି ଯେ, କଂଗ୍ରେସ ଦଳର ନରସିଂହ ମିଶ୍ର ୧୦ ବର୍ଷ ପର୍ଯ୍ୟନ୍ତ ବିଧାୟକ ରହି କୌଣସି ଗୋଟିଏ ମଧ୍ୟ ବନ୍ଧର ପଙ୍କୋଦ୍ଧାର କରାଇ ପାରିଲେ ନାହିଁ । ପୌରପରିଷଦ ବିରୁଦ୍ଧରେ ବିଧାୟକ ଥିବା ସମୟରେ ଓ ଏବେ ନରସିଂହ ବାରମ୍ବାର ବିଷୋଦ୍ଗାର କରି ଆସୁଛନ୍ତି । ସେଥିପାଇଁ ପୌରପାଳିକା ଅଞ୍ଚଳରେ ୨୦୨୪ ନିର୍ବାଚନରେ ଜନସାଧାରଣ କଂଗ୍ରେସ ଦଳକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି କଂଗ୍ରେସ ଦଳ ଏହି ଘଟଣାରୁ ଶିକ୍ଷାଲାଭ ନକରି ବାରମ୍ବାର ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି । ମହାରାଣୀ ସାଗର ଦୁର୍ନୀତି କଥା ଉଠାଇ ଲକ୍ଷ୍ମୀ ଯୋର ପ୍ରକଳ୍ପରେ କରାଇଥିବା ମହା ଦୁର୍ନିତୀରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛନ୍ତି। ମହାରାଣୀ ସାଗରର ତଥ୍ୟରଖି ପୌରାଧ୍ୟକ୍ଷା କହିଛନ୍ତି ଯେ, ଏଠାରେ କିଭଳି କାମ ହୋଇଛି ବଲାଙ୍ଗୀର ଜନସାଧାରଣ ସ୍ୱଚକ୍ଷୁରେ ଦେଖୁଛନ୍ତି । ଏଠାରେ ଥିବା ସ୍ୱଚ୍ଛ ଜଳରେ ହଜାର ହଜାର ଲୋକ ଗାଧୋଉଛନ୍ତି । ମାତ୍ର ୪୪ ଲକ୍ଷ ଟଙ୍କା ବିଲ୍ ପେମେଣ୍ଟ ହୋଇଥିବା ବେଳେ ବିରୋଧୀ ଏଠାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଉଠାଉଛନ୍ତି ଯାହାକି ହାସ୍ୟାସ୍ପଦ ବୋଲି ଲିକା ସାହୁ କହିଛନ୍ତି । ସରକାର ମଞ୍ଜୁର କରିଥିବା ୧୨ କୋଟି ୧୮ ଲକ୍ଷ ଟଙ୍କା ମଧ୍ୟରୁ ପୌର ପାଳିକାକୁ ୮ କୋଟି ୩୩ ଲକ୍ଷ ଟଙ୍କା ଆସିଥିଲା । ସରକାରଙ୍କ ନିର୍ଦ୍ଦେଶରେ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଏହି କାମକୁ କରାଯାଉଛି । ସେଥିରୁ ମାତ୍ର ୪୪ ଲକ୍ଷ ଟଙ୍କା ବିଲ୍ ପେମେଣ୍ଟ କରାଯାଇଛି । ଏବେ ବକୟା କାମ କରାଯାଉଛି । ବାହାର ପାଣି ନପଶିବା ପାଇଁ ମହରାଣୀ ସାଗରରେ ଏକ ସ୍ୱତନ୍ତ୍ର ଉନ୍ନତମାନର ଡ୍ରେନ ନିର୍ମାଣ ଚାଲିଛି । ଲକ୍ଷ୍ମୀଯୋରରେ ପ୍ରକଳ୍ପରେ ଠିକାକରି କେବଳ ନରସିଂହଙ୍କ ପରିବାର ଓ ସମର୍ଥକ ଲାଭବାନ ହୋଇଥିବା ବେଳେ ଏଠାରେ ୨୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାହା ବ୍ୟବହାର ଉପଯୋଗୀ ହୋଇ ପାରିଲା ନାହିଁ । ତାହାର ଭିଜିଲାନ୍ସ ତଦନ୍ତ କରାଯିବ କି ? ଠିକ ସେହିପରି ଏବେ ୧୧ଟି ବନ୍ଧ ପାଇଁ ପ୍ରାୟ ୧୪ କୋଟି ଟଙ୍କାର ଅନୁଦାନ ରହିଛି । ବଲାଙ୍ଗୀର ସହରର ବନ୍ଧକଟାର ପାଣି ମଣିଷ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଟେଷ୍ଟ ରିପୋର୍ଟ ଆସିଥିଲା ଓ ଏହାକୁ ତୁରନ୍ତ ନିଷ୍କାସନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ । ପରିବେଶ ପ୍ରଦୂଷଣ ବିଭାଗ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ୧୧ଟି ବନ୍ଧର ଜଳ ନିଷ୍କାସନ କରାଇ ସେଠାରେ ଯୁଦ୍ଧକାଳୀନ ଭତ୍ତିରେ ପଙ୍କୋଦ୍ଧାର କାମ ଚାଲିଛି । ପ୍ରତ୍ୟେକ ବନ୍ଧରେ ଏକ ତଦାରଖ କମିଟି ଗଠନ କରି ସେମାନଙ୍କର ଆବଶ୍ୟକ ପରାମର୍ଶ ନିଆଯାଉଛି । ପ୍ରତ୍ୟେକ ୱାର୍ଡର କାଉନସିଲର ଓ ପୌର ଅଧିକାରୀ, କର୍ମଚାରୀ ଜଗି ରହି କାମ କରାଉଛନ୍ତି। ଏହି ବିକାଶମୂଳକ କାମ ବିରୋଧିଙ୍କୁ ହଜମ ହେଉନାହିଁ । ସେଥିପାଇଁ ସେମାନେ ବିଭିନ୍ନ ସମୟରେ ବିଭ୍ରାନ୍ତିମୂଳକ ଅଭିଯୋଗ ଆଣି କାମକୁ ବନ୍ଦ କରାଇବାକୁ ଅପଚେଷ୍ଟା କରୁଛନ୍ତି। ଯଦି ଏଭଳି ତଥ୍ୟହୀନ ଓ ବିଭ୍ରାନ୍ତିମୂଳକ ଅଭିଯୋଗରୁ ବିରୋଧି କଂଗ୍ରେସ କ୍ଷାନ୍ତ ନହୁଏ ତାହେଲେ ଆଗାମୀ ଦିନରେ ବଲାଙ୍ଗୀରର ହଜାର ହଜାର ମହିଳାଙ୍କୁ ରାଜରାସ୍ତାକୁ ଆଣି କଂଗ୍ରେସ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଚଳିତ ପୌରପରିଷଦ ଅମଳରେ ବଲାଙ୍ଗୀର ସହରରେ କରାଯାଇଥିବା ବିକାଶମୂଳକ ପ୍ରକଳ୍ପର ତଥ୍ୟ ମଧ୍ୟ ପୌରାଧ୍ୟକ୍ଷା ଗଣମାଧ୍ୟମ ସମ୍ମୁଖରେ ଦେଇଥିଲେ । ସହରରେ ଡ୍ରେନ ନିର୍ମାଣ, ପେଭର ବ୍ଲକ ରାସ୍ତା, ଆଲୋକିକରଣ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି ବୋଲି ତଥ୍ୟ ରଖିଥିଲେ । ତେବେ ବଲାଙ୍ଗୀରକୁ ସଫା, ସବୁଜ-ସୁନ୍ଦର କରି ଗଢି ତୋଳିବାର ସଂକଳ୍ପ ନେଇଛୁ ଓ ସେ ଦିଗରେ କାମ କରାଯାଉଛି । ତେଣୁ ବିରୋଧି କଂଗ୍ରେସ ବିକାଶର ବିରୋଧି ନହୋଇ ସହଯୋଗ କରିବାକୁ ପୌରାଧ୍ୟକ୍ଷା ଆହ୍ୱାନ ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶମ୍ଭୁ ନାଗ ଓ ଇସମତ ଆରା ଖାନ ମଧ୍ୟ ବିରୋଧି କଂଗ୍ରେସର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ମହାରାଣୀ ସାଗର କାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବାକୁ ପୂର୍ବତନ ବିଧାୟକ ବିରୋଧ କରିଥିଲେ। ତେଣୁ ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କୁ କାଉନସିଲର ଇସମତ ଆରାଖାନ ଜଣେ ମହିଳା ବିରୋଧି ନେତା ବୋଲି କହିଥିଲେ।

ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ସରିତା ଦାସ, ନନ୍ଦିନୀ ପୋଢ, ସନ୍ତୋଷିନୀ କୁଅଁର, ପିଙ୍କି କବାଟଙ୍କ ସମେତ ସମସ୍ତ ବିଜେଡି କାଉନସିଲର ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande