ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ୪×୧୦୦ ମିଟର ରିଲେ ଦଳକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ
ଭୁବନେଶ୍ୱର, 07 ଜୁନ (ହି.ସ.) ଓଡ଼ିଶା ବିଧାନସଭାର ବିରୋଧୀ ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପେନ୍–୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ୪×୧୦୦ ମିଟର ରିଲେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ


ଭୁବନେଶ୍ୱର, 07 ଜୁନ (ହି.ସ.) ଓଡ଼ିଶା ବିଧାନସଭାର ବିରୋଧୀ ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପେନ୍–୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ୪×୧୦୦ ମିଟର ରିଲେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକ ଦଳର ଏହି ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ସେ ବିଶେଷ ଭାବେ ଖୁସି ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ବିଜେତା ଦଳର ସଦସ୍ୟ ଥିଲେ।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ମହିଳା ରିଲେ ଦଳ ଆନ୍ତର୍ଜାତିକ ମଞ୍ଚରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଦେଶର ଗୌରବ ବୃଦ୍ଧି କରିଛି। ସେ ଖେଳାଳିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କହିଛନ୍ତି ଯେ, ସେମାନେ ଆଗାମୀ ଦିନରେ ମଧ୍ୟ ନିଜ କ୍ରୀଡ଼ା ଜୀବନରେ ସଫଳତାର ଧାରା ଜାରି ରଖି ଦେଶକୁ ଗର୍ବିତ କରନ୍ତୁ।

ସେ ଦଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପ୍ରତିଯୋଗିତାଗୁଡ଼ିକରେ ମଧ୍ୟ ସେମାନଙ୍କ ସଫଳତା କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande