ଶିକ୍ଷା ଭିତ୍ତିକ କର୍ମଶାଳା
ଜୟପୁର, ୭ ଜୁନ୍ (ହି.ସ.)- ଜୟନଗର ସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିରର ଶିକ୍ଷୟତ୍ରୀ ମାନଙ୍କୁ ନେଇ ପାଳିତ ହୋଉଅଛି ବିଦ୍ୟାଳୟର ବାର୍ଷିକ ଶିକ୍ଷା ଭିତ୍ତିକ କର୍ମଶାଳା। ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ୧୦ ଦି
ଶିକ୍ଷା ଭିତ୍ତିକ କର୍ମଶାଳା


ଜୟପୁର, ୭ ଜୁନ୍ (ହି.ସ.)- ଜୟନଗର ସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିରର ଶିକ୍ଷୟତ୍ରୀ ମାନଙ୍କୁ ନେଇ ପାଳିତ ହୋଉଅଛି ବିଦ୍ୟାଳୟର ବାର୍ଷିକ ଶିକ୍ଷା ଭିତ୍ତିକ କର୍ମଶାଳା। ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ୧୦ ଦିନିଆ କର୍ମଶାଳା ହୋଇପାରୁ ଅଛି । ଗତ ୫ ତାରିଖ ସନ୍ଧ୍ୟା ୫. ୧୦ ମି. ସମୟରେ ପ୍ରଥମ ଦିନ ମାନସ୍ଥାତିକବିତ୍ତ ଏନ ସୁଧାକରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଦ୍ଵିତୀୟ ଦିନରେ, କହିବା ଶୁଣିବା ମନେ ରଖିବା ବିଷୟରେ ହୋଇଥିବା ବେଳେ, ତୃତୀୟ ଦିନରେ କଳା ପ୍ରଶିକ୍ଷକ ନୃସିଂହ ଷଡ଼ଙ୍ଗୀ ଏବଂ ପଦ୍ମନାଭ ଚୌଧୁରୀ ବିଭିନ୍ନ ଚିତ୍ର, କାଗଜରେ ମୃର୍ତ୍ତି, ଏବଂ ହସ୍ତ କାରିଗରୀ ଓ କଳା କୌଶଳ ବିଷୟରେ ଆଲକପାତ କରି, ଅନେକ କାର୍ଯ୍ୟର ଶିକ୍ଷା ପ୍ରଦାନ କରିଥିଲେ। ଯାହାକୁ ନାମିତ କରାଯାଇଥିଲା ଜୀବନଶୈଳୀରେ ଚିତ୍ର, ଚାରୁକଳାର ଆବଶ୍ୟକତା। ଆଗକୁ ସଂଗୀତ ଶିକ୍ଷାରେ ସାହାଯ୍ୟ କରିବେ ମନୁ ଗୁରୁଜୀ, ଗୀତହିଁ ପିଲାଙ୍କ ପ୍ରକୃତ ଆହାର ନାମରେ ନାମିତ କରାଯାଇଛି। ପାଠ୍ୟସାଳରେ ବ୍ୟାକରଣ, ପରେ ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ଶିକ୍ଷା ଏବଂ ସାହାଯ୍ୟ ଉପକରଣ, ରାଧ ମୋହନ ପଣ୍ଡାଙ୍କ ଦ୍ୱାରା ହିନ୍ଦୀ ଜୀବନ କି ଧାରାହେ, ଏମ୍. ଡ଼ି. ସାରିଫଙ୍କ ଦ୍ୱାରା ଜ୍ଞାନ ହି ବିଜ୍ଞାନ ହେ, ଉଦୟ ଶଙ୍କର, ଯାନୀଙ୍କ ଦ୍ୱାରା ପିଲାଙ୍କ ମନ, ଦିଲୀପ ପଣ୍ଡାଙ୍କ ଦ୍ୱାରା ସାହିତ୍ୟରେ ବିଜ୍ଞାନ, ଏବଂ ଶୁଦ୍ଧି ଅସୁଧି ଏବଂ ଶେଷରେ ନିରଞ୍ଜନ ପାଣିଗ୍ରାହୀ ଙ୍କ ଦ୍ୱାରା ନାଟକ. ଏଫୋର୍ଟ ନେଭେର ଡାଇସ ପରିଚାଳନା କରାଯିବ।ଏହି କର୍ମଶାଳା ଟିକୁ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ପ୍ରିନସିପାଲ ରିତାଲି ସାହୁ ପୂର୍ବତନ ବରିଷ୍ଠ ଉଦଘୋଷକ ତଥା ନାଟ୍ୟକାର ଉଦୟ ଶଙ୍କର ଯାନୀ ବିଦ୍ୟାଳୟର ସଭାପତି ଅନୁପ କୁମାର ସମନ୍ତରୟ CRCC ବିଜୟ ଲଷ୍ମୀ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ରୀତିରେ ବାର୍ଷିକ କର୍ମଶାଳାଟିକୁ ଉଦଘାଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ରାତିକଳା ପାଣ୍ଡଵ, ନିଶାରାଣୀ ସାହୁ ମୈତ୍ରୀ ତ୍ରିପାଠୀ ଲୋପାମୁଦ୍ରା ଜେନା, ବୈଜୟନ୍ତୀ ପଟନାୟକ, ସ୍ମିତା ରଥ, ଟିକିନା ତ୍ରିପାଠୀ, ତନୁଶ୍ରୀୟା ଚୌଧୁରୀ, ମାମୁନି ସ୍ୱାଇଁ, ସ୍ବର୍ଣ୍ଣଲତା ମଲ୍ଲିକ, ରୀନା ଗୌଡ଼ ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଚଳଚଞ୍ଚଳ ହୋଇଥିଲା କାର୍ଯ୍ୟକ୍ରମ। ଏଭଳି ଏକ ପ୍ରାଥମିକ ଅନୁଷ୍ଠାନରେ ଆୟୋଜିତ ହେବ ବିଭିନ୍ନ ପ୍ରକାରର ଶିକ୍ଷା ଯାହାକି ପିଲାଙ୍କ ଏବଂ ଶିକ୍ଷୟତ୍ରୀଙ୍କ ପାଠ ପଢାକୁ ସୁନ୍ଦର ସରସ କରିପାରିବ। ଅନୁଷ୍ଠାନର ସାଧନା, ନିଷ୍ଠା ଏବଂ କାର୍ତ୍ତବ୍ୟନିଷ୍ଠତା ପ୍ରତିଫଳିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ କିଛି ପିତା ମାତା ଏବଂ ଅଭିଭାବକ ଯୋଗଦାନ କରି ଅନୁଷ୍ଠାନର ଭୁୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ କୁ ସମ୍ପାଦକ, ସଭାପତି ଅନୁପ କୁମାର ସାମନ୍ତରାୟ ପରିଚାଳନା କରିଥିଲେ , ବିଦ୍ୟାଳୟ ର ଅଧକ୍ଷା ରିତାଲି ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷୟତ୍ରୀ ମନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande