ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ


ସମ୍ବଲପୁର, ୦୭, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରାଧିକରଣର ଜିଲ୍ଲା ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସମ୍ବଲପୁର ବନ ବିଭାଗ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ଆୟୋଜନ କରାଯାଇଥିଲା। ଏହି ଅବସରରେ ପୋତାପାଲି ଓ ସାନସିଂହାରୀ ଠାରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ବାୟୁ ପ୍ରଦୂଷଣ ରୋକିବା ଉପରେ ଏକ ଆଲୋଚନାଚକ୍ର ମଧ୍ୟ୍ୟ ଆୟୋଜିତ ହୋଇଥିଲା । ବିଶେଷ କରି କଳକାରଖାନା ରୁ ନିର୍ଗତ ଧୂଆଁ ରୁ ଯେପରି ଭାବରେ ବାୟୁ ପ୍ରଦୂଷଣ ହେଉଛି, ତାକୁ କିପରି ଭାବରେ ରୋକା ଯାଇପାରିବ, ତା ' ଉପରେ ଆଲୋଚନା ହୋଇଥିଲା । ଏହି ପରିପେକ୍ଷୀରେ ବନ ବିଭାଗ ପକ୍ଷରୁ ରେଞ୍ଜ ଅଧିକାରୀ ଅମିତ କୁମାର, ଆଇନ ସେବା ପ୍ରାଧିକରଣର ସଚିବ ସୁକୁମାର ମହାନ୍ତି ତଥା ଅନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande