
ଭୁବନେଶ୍ୱର/ବ୍ରହ୍ମପୁର, 07 ଜୁନ୍ (ହି.ସ.): ଏମ୍ଭି କନଷ୍ଟେବଲ ଜଳିଯିବା ମାମଲାରେ
ସଙ୍ଗୀନ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସିତ ଆଶୁତୋଷଙ୍କ ବୟାନର ଭିଡିଓ ଭାଇରାଲ
ହୋଇଛି । ଏହି ଭିଡିଓରେ ସ୍ତ୍ରୀ ଓ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇଥିବା କହୁଛନ୍ତି ଆଶୁତୋଷ । ସ୍ତ୍ରୀ
କ୍ବାର୍ଟର୍ସକୁ ଯାଇଥିବା ବେଳେ ଉଭୟ ପେଟ୍ରୋଲ ଢାଳିଥିଲେ । ଜୀବନ ରକ୍ଷା ପାଇଁ ପଳାଇବା ବେଳେ
ନିଆଁ ଲଗାଇଥିଲେ । ପ୍ରାଣ ବିକଳରେ ଜଣଙ୍କ ଘର ଭିତରକୁ ପଶିଗଲି, ପାଣି
ପକାଇବାରୁ ନିଆଁ ଲିଭିଲା । ଆମ୍ବୁଲାନ୍ସ ଆସି ମୋତେ ଉଦ୍ଧାର କଲା ଭିଡିଓରେ କହୁଛନ୍ତି ଆଶୁତୋଷ ।
କାଲି ଆଶୁତୋଷଙ୍କ ଭଉଣୀ ବି ଏନେଇ ଥାନାରେ ଅଭିଯୋଗ କରିଥିଲେ । ଆଶୁତୋଷଙ୍କୁ ତାଙ୍କ ପତ୍ନୀ ଓ
ଶଳା ନିଆଁ ଲଗାଇଥିବା ଅଭିଯୋଗ କରିଥିଲେ ଭଉଣୀ । ଆଶୁତୋଷଙ୍କ ଶରୀରର ୬୦% ଜଳିଯାଇଛି । ସେ ଏବେଏମ୍ସରେ
ଚିକିତ୍ସାଧୀନ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା