
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ମହେନ୍ଦ୍ର
ମେଳା,
ଐତିହାସିକ ସାହି ସ୍ନାନ ତଥା ନବକୁଣ୍ଡୀୟ ମହାଯଜ୍ଞ
କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପରିବହନ
ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସଂସ୍କୃତି, ପରମ୍ପରା ଏବଂ ଆଧ୍ୟାତ୍ମିକତାର ମହାମିଳନ ସ୍ଥଳ ହେଉଛି ଆମ ଓଡ଼ିଶାର
ପବିତ୍ର ପର୍ଶୁରାମ କ୍ଷେତ୍ର ମହେନ୍ଦ୍ରଗିରି।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆସ୍କା ସଂସଦୀୟ
କ୍ଷେତ୍ରର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ
ଏବଂ ଛତ୍ରପୁରର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏହି
ସାରସ୍ୱତ ଉତ୍ସବର ସବୁଠାରୁ ଭାବପୂର୍ଣ୍ଣ ଓ ସ୍ମରଣୀୟ ମୁହୂର୍ତ୍ତ ଥିଲା ପୂଜ୍ୟ ଜଗତଗୁରୁ
ଶଙ୍କରାଚାର୍ଯ୍ୟ ମହାରାଜଙ୍କ ଦେବ ଦର୍ଶନ। ମହାରାଜଙ୍କ ପବିତ୍ର ସାନିଧ୍ୟ ଲାଭ କରି ସାରା ବିଶ୍ୱର
କଲ୍ୟାଣ ତଥା ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ମନ୍ତ୍ରୀ।
ସୋସିଆଲ ମିଡିଆ ଏକ୍ସରେ
ଏକ ଫଟୋ ସେୟାର କରି ମନ୍ତ୍ରୀ କହିଛନ୍ତି ଯେ, ମହେନ୍ଦ୍ରଗିରି ପୀଠରେ ଆୟୋଜିତ ପବିତ୍ର
ମହେନ୍ଦ୍ର ମେଳା ଅବସରରେ ପୂଜ୍ୟପାଦ ଶ୍ରୀ ମହାମଣ୍ଡଳେଶ୍ୱର ମନମୋହନ ଦାସଜୀ ମହାରାଜ (ରାଧେ ରାଧେ
ବାବା)ଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କର ପବିତ୍ର ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବାର ସୁଯୋଗ
ପାଇଲି।
ସନାତନ ଧର୍ମର
ପ୍ରଚାର-ପ୍ରସାର, ଆଧ୍ୟାତ୍ମିକ
ଚେତନାର ଜାଗରଣ ଏବଂ ମାନବ ସମାଜର କଲ୍ୟାଣ ଦିଗରେ ପୂଜ୍ୟ ମହାରାଜଙ୍କ ଅବଦାନ ଅତୁଳନୀୟ। ତାଙ୍କର
ପ୍ରେରଣାଦାୟୀ ବାଣୀ ଓ ଆଶୀର୍ବାଦ ଆମ ସମସ୍ତଙ୍କୁ ଧର୍ମ, ସେବା ଓ ମାନବିକ ମୂଲ୍ୟବୋଧର ପଥରେ ଆଗେଇ ନେଉ।
ଏହି ଅବସରରେ ଶ୍ରୀ ହରିହର
ଦାସ ମହାରାଜ, ଶ୍ରୀ
ରମେଶ ସାହୁ ଏବଂ ଶ୍ରୀ ପର୍ଶୁରାମ ମାଝୀ ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା