
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ଲମତାପୁଟରେ ଭାରତରତ୍ନ
ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜି କୋରାପୁଟ ସ୍ଥିତ ଲମତାପୁଟ ଠାରେ ଭାରତୀୟ ସମ୍ବିଧାନର
ପ୍ରଣେତା,
ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
କରିବାର ଅବସର ମିଳିଲା। ଏହି ଅବସରରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଡଃ ଭୀମରାଓ ଆମ୍ବେଦକରଙ୍କ
ଆଦର୍ଶରେ ପ୍ରେରିତ ହୋଇ ସମାଜର କଲ୍ଯାଣ ପାଇଁ ଆଗେଇ ଆସିବା ନିମନ୍ତେ ଶପଥ ନେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା