ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା ଆଶଙ୍କା
ମାଲକାନଗିରି, ୭ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି -୪୫ ଗ୍ରାମରେ ଚାଲିଥିବା ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା
ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ,ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା


ମାଲକାନଗିରି, ୭ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି -୪୫ ଗ୍ରାମରେ ଚାଲିଥିବା ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା ଆଶଙ୍କା ରହିଥିବା ବେଳେ ରାସ୍ତା କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ରାସ୍ତା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପରେ ଏହି ସିସି ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ, ନିୟମାବଳୀକୁ ଜଳାଞ୍ଜଳି ଦେଇ ଠିକାଦାର ନିଜ ଇଚ୍ଛା ମୁତାବକ କାମ କରୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଆବଶ୍ୟକ ପରିମାଣର ସିମେଣ୍ଟ ଓ ଚିପ୍ସ ବଦଳରେ ଅଧିକ ପରିମାଣର ବାଲି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ଏହାସହ କଂକ୍ରିଟ୍ କୁ ମଜବୁତ କରିବା ପାଇଁ ଆବଶ୍ୟକ କ୍ୟୁରିଂ କାର୍ଯ୍ୟ ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ନିର୍ମାଣ ହେବା ମାତ୍ରେ ରାସ୍ତାରୁ କଂକ୍ରିଟ୍ ଉଠିବାକୁ ବସିଲାଣି । କାମ ଆରମ୍ଭରୁ ରାସ୍ତାର ଏଭଳି ଅବସ୍ଥା ଦେଖି ଭବିଷ୍ୟତରେ ଏହା ସ୍ଥାୟୀ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ଏହାସହ ବିନା ସୂଚନା ଫଳକରେ ଏହି କାର୍ଯ୍ୟ କରାଯାଉଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ଅନ୍ୟ କୌଣସି ଅଧିକାରୀ ତଦାରଖ ପାଇଁ ଆସୁନଥିବା ଗ୍ରାମବାସୀ ନିଜ ନାମ ଗୋପନ ରଖି କହିଛନ୍ତି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟର ମାନରେ ସୁଧାର ଆଣିବାକୁ ଦାବୀ ହେଉଛି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande