ପୁରୀରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଉଷା ପାଢ଼ୀ; ନାଗରିକ ସୁବିଧା କାମକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୭ ଜୁନ (ହି.ସ.) - ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସିବା ସହିତ ରାଜ୍ୟ ସରକାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ପାଇଁ ସୁଚାରୁ, ସୁରକ୍ଷିତ ଏବଂ ପରିଷ୍କାର ଅନୁଭବ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ବିତ କରିଛି। ଆବାସ ଓ ନଗର ବିକାଶ ବିଭାଗ
ସମୀକ୍ଷା ବୈଠକ


ଭୁବନେଶ୍ୱର, ୭ ଜୁନ (ହି.ସ.) - ବିଶ୍ୱପ୍ରସିଦ୍ଧ

ରଥଯାତ୍ରା ପାଖେଇ ଆସିବା ସହିତ ରାଜ୍ୟ ସରକାର ପୁରୀରେ

ଲକ୍ଷାଧିକ ଭକ୍ତଙ୍କ ପାଇଁ ସୁଚାରୁ, ସୁରକ୍ଷିତ ଏବଂ ପରିଷ୍କାର ଅନୁଭବ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ବିତ କରିଛି।

ଆବାସ ଓ ନଗର ବିକାଶ ବିଭାଗର

ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ) ଶ୍ରୀମତୀ ଉଷା ପାଢ଼ୀ ଶନିବାର ପୁରୀ ସର୍କିଟ ହାଉସରେ

ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ଆସନ୍ତା ଏହି ଭବ୍ୟ ଆୟୋଜନ

ପୂର୍ବରୁ ସହରରେ ଆବଶ୍ୟକ ନାଗରିକ ଅବସ୍ଥାପନା ଏବଂ ସାର୍ବଜନୀନ ସେବା ସମ୍ବନ୍ଧୀୟ

ବ୍ୟବସ୍ଥାଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପ୍ରତି ବିଶେଷ ଜୋର ଦିଆଯାଇଥିଲା।

ସମୀକ୍ଷା ସମୟରେ ଶ୍ରୀମତୀ

ପାଢ଼ୀ ଅଧିକାରୀମାନଙ୍କୁ ନଗର ଅଞ୍ଚଳର ସମସ୍ତ ସଡ଼କ ମରାମତି କାମ ସମୟମଧ୍ୟରେ ସମାପ୍ତ କରିବା,

ନାଳାମାନଙ୍କର ବ୍ୟାପକ ପରିଷ୍କାର ଓ ରକ୍ଷାଣାବେକ୍ଷଣ

ସୁନିଶ୍ଚିତ କରିବା ଏବଂ ପରିଷ୍କାରତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ

ଦେଇଥିଲେ। ସେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଏବଂ ଅସ୍ଥାୟୀ ପାର୍କିଂ ସୁବିଧା

ବିକଶିତ କରିବାକୁ ମଧ୍ୟ ଜୋର ଦେଇଥିଲେ।

ନିରବଚ୍ଛିନ୍ନ ପେୟଜଳ ଯୋଗାଣର

ଗୁରୁତ୍ୱକୁ ଉଲ୍ଲେଖ କରି ସେ

ଅଧିକାରୀମାନଙ୍କୁ ଭକ୍ତମାନଙ୍କର ବିପୁଳ ଭିଡ଼କୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ସାର୍ବଜନୀନ ଶୌଚାଳୟ

ସୁବିଧା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande