ସୌମ୍ୟ ହତ୍ୟା: ବରିଷ୍ଠ ଆଇପିଏସଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି
ଭୁବନେଶ୍ୱର, 07 ଜୁନ୍ (ହି.ସ.) - ସୌମ୍ୟ ହତ୍ୟା ମାମଲାରେ ବରିଷ୍ଠ ଆଇପିଏସଙ୍କ ବିରୋଧରେ ତଦନ୍ତ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ କ୍ରାଇମବ୍ରାଞ୍ଚ ଚିଠି ଲେଖିଛି । ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଆଇପିଏସ ସୌମ୍
ଚିଠି


ଭୁବନେଶ୍ୱର, 07 ଜୁନ୍ (ହି.ସ.) - ସୌମ୍ୟ ହତ୍ୟା ମାମଲାରେ ବରିଷ୍ଠ ଆଇପିଏସଙ୍କ ବିରୋଧରେ ତଦନ୍ତ ପାଇଁ ରେଲୱେ ଓ

କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ କ୍ରାଇମବ୍ରାଞ୍ଚ ଚିଠି ଲେଖିଛି । ଏନଏଚଆରସିରେ ଦାଖଲ ଅଭିଯୋଗ

ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଆଇପିଏସ ସୌମ୍ୟଙ୍କୁ ଘରୋଇ କାମରେ

ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି

ଏଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସୌମ୍ୟଙ୍କ ମା ଏଡିଜିଦୟାଲ ଗଙ୍ଗୱାରଙ୍କ

ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଏଡିଜିଙ୍କ ଘର କାମ ସହ ପୁଅ ମାଲିସ୍ କରୁଥିବା କହିଥିଲେ

ସୌମ୍ୟଙ୍କ ମାଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande