
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ସାଇକେଲରେ ରବିବାର
କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି
କ୍ରୀଡା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତାରେ
ମନ୍ତ୍ରୀ କହିଛନ୍ତି ଯେ, କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଭୁବନେଶ୍ୱରରେ ଆୟୋଜିତ ସାଇକେଲରେ ରବିବାର କାର୍ଯ୍ୟକ୍ରମରେ ଭାଗନେଇ ଏକ ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବା
ପାଇଁ ଆଗ୍ରହ କରୁଛି।
ସ୍ୱାସ୍ଥ୍ୟ ଓ ସନ୍ତୁଳିତ ପରିବେଶ ରକ୍ଷା ପାଇଁ
ମିଳିତ ପ୍ରୟାସ କରି ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସହଭାଗୀ ହେବାକୁ ଅପିଲ କରିଛନ୍ତି
ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା