
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ବିଶ୍ୱ ଖାଦ୍ୟ
ସୁରକ୍ଷା ଦିବସ ଅବସରରେ ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
ମନ୍ତ୍ରୀ କହିଛନ୍ତି ଯେ, ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର । ଆଜି ବିଶ୍ୱ
ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆସନ୍ତୁ, ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ଏକ ସୁସ୍ଥ,
ସଶକ୍ତ ଓ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା