ଶିକ୍ଷାବର୍ଷ ୨୦୨୬-୨୭ ରେ ତିନିଲକ୍ଷ ସଦସ୍ୟତା ଲକ୍ଷ୍ୟ :ଏବିଭିପି
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଶିକ୍ଷାବର୍ଷ ୨୦୨୬-୨୭ ରେ ଏବିଭିପି ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଶିକ୍ଷାବର୍ଷରେ ଏବିଭିପି ତିନିଲକ୍ଷରୁ ଅଧିକ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ଜିଲ୍ଲା ସ୍ତରରେ ସଦସ୍ୟତା ନିମନ୍ତେ ସଦସ୍ୟତା କାର୍ଯ୍ୟଶାଳା ପାଇଁ ମଧ୍ୟ ଏବିଭିପି ଯୋଜନ
abvp


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଶିକ୍ଷାବର୍ଷ ୨୦୨୬-୨୭ ରେ ଏବିଭିପି ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଶିକ୍ଷାବର୍ଷରେ ଏବିଭିପି ତିନିଲକ୍ଷରୁ ଅଧିକ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ଜିଲ୍ଲା ସ୍ତରରେ ସଦସ୍ୟତା ନିମନ୍ତେ ସଦସ୍ୟତା କାର୍ଯ୍ୟଶାଳା ପାଇଁ ମଧ୍ୟ ଏବିଭିପି ଯୋଜନା କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ କ୍ୟାମ୍ପସ ରେ ଏହି ଲକ୍ଷ୍ୟରେ ଆଗାମୀ ଦିନରେ ଏବିଭିପି କାର୍ଯ୍ୟ କରିବା ସହିତ ତାର କ୍ୟାମ୍ପସ ଶାଖା ଗୁଡ଼ିକୁ ମଜବୁତ୍ କରି ଏଥି ସହିତ ବିଭିନ୍ନ ଶିକ୍ଷା ସମସ୍ୟା ଓ ଶିକ୍ଷା ସ୍ଥିତିକୁ ନଜରରେ ରଖି ଆନ୍ଦୋଳନ କରିବ ବୋଲି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହାନଗର ସହ ସମ୍ପାଦକ ଦୀପକ ସ୍ୱାଇଁ, ଲୋପାମୁଦ୍ରା ମଲ୍ଲିକ,ଛାତ୍ର ନେତା ରତିକାନ୍ତ ବାରିକ ,ନିହାର ରଞ୍ଜନ ଦାସ ଓ ଛାତ୍ରୀ ନେତ୍ରୀ ସୌମ୍ୟଶ୍ରୀ ସାହୁ , ରୋଷ୍ନି ଜେନା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande