୪୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଗିରଫ
AE and JE of kotagarh block arrested by Phulbani Vigilance
ଫୋଟ ୨


ଫୋଟ


କନ୍ଧମାଳ , ୦୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତି ର ପର୍ଦାଫାଶ ହେଇଛି । ବ୍ଲକର ସହକାରୀ ଯନ୍ତ୍ରୀ ,କନିଷ୍ଟ ଯନ୍ତ୍ରୀ ,ଏଡିଓ ଏବଂ ପିଇଓ ମିଳିମିଶି ଦୁର୍ନୀତି କରି ୪୨ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସ୍ପଷ୍ଟ ହେବାରେ ଲାଗିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଧରାକୋଟ ପଞ୍ଚାୟତରେ ମନରେଗା ଯୋଜନା ରେ ମିଥ୍ୟା ବିଲ କରି ୪୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ ଗିରଫ କରିଛି । ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଧରାକୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଏବଂ କୋଟଗଡ଼ ବ୍ଲକର ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲ ଙ୍କୁ କନ୍ଧମାଳ ଜିଲ୍ଲାପାଳ ନିଲମ୍ବିତ କରିଥିଲେ। ଏଥି ସହିତ ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲ୍ଲା ପରିଷଦ ପକ୍ଷରୁ ଭିଜିଲାନ୍ସ କୁ ଦିଆଯାଇଥିଲା । ଏହି ମାମଲାର ତଦନ୍ତ କରି ଫୁଲବାଣୀ ଭିଜିଲାନ୍ସ ଟିମ ଉଭୟ ଏଇ ଏବଂ ଜେଇ ଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି। ସୁଚନା ଅନୁଯାୟୀ ଗତ ୨୦୨୨-୨୩ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମିଥ୍ୟା ବିଲ କରି ମିଳିମିଶି ୪୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଛନ୍ତି। ମାମଲାରେ ଯେଉଁ ମାନେ ମଧ୍ୟ ସମ୍ପୃକ୍ତ ସମସ୍ତେ ତଦନ୍ତ ପରିସରରେ ଅଛନ୍ତି ଯାହାର ସମ୍ପୃକ୍ତି ନେଇ ପ୍ରମାଣ ମିଳିବ ମସ୍ତଙ୍କୁ ଗିରଫ କରାଯିବ ବୋଲି ଡିଏସପି କହିଛନ୍ତି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତି ର ପର୍ଦାଫାଶ ହୋଇଛି, ବ୍ଲକର ଏଇ,ଜେଇ,ଏଡିଓ ଏବଂ ପିଇଓ ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande