
-ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେପିରେ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଭଦ୍ରକର ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ନେତା ଶଶୀ କୁମାର ସାହୁ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ବିଜେଡିର ପୂର୍ବତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ସିମୁଳିଆ ବିଧାନସଭା ପ୍ରାର୍ôଥନୀ ଶ୍ରୀମତୀ ସୁବାସିନୀ ସାହୁ, ବାସୁଦେବପୁର ପୈାରପରିଷଦ ପୂର୍ବତନ ପୈାରଧ୍ୟକ୍ଷା ଅଂଜୁଲତା ମହାନ୍ତି, ବାସୁଦେବପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷା ପ୍ରଭାତୀ ମଣ୍ଡଳ, ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ପ୍ରତାପ ଚନ୍ଦ୍ର ବେହେରା, ଅଲେଖ ଚନ୍ଦ୍ର ବଳ, ଆଲୋକ ବଳ, ଅଭିମନ୍ୟୁ ବଳ, ଉତମ କୁମାର ବଳ, ସବୀନ ନାୟକଙ୍କ ସମେତ ଜିଲ୍ଲାର ବାସୁଦେବପୁର, ତିହିଡି, ଧାମନଗର, ବ୍ଲକର ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେଡିର ପୂର୍ବତନ ମହିଳା ସାଧାରଣ ସମ୍ପାଦିକା ରୁବିନା ପରିଡା, ପୂର୍ବତନ କର୍ପୋରେଟର ଶ୍ରୀ ନିର୍ମଳ ରାଉତ, ସମାଜସେବୀ ପ୍ରଦୀପ୍ତ ପରିଡା, ରମେଶ ଚନ୍ଦ୍ର ବିହାରୀ, ଚନ୍ଦ୍ରଜିତ ରାଉତରାୟ, ତପସ୍ୱିନୀ ମହାନ୍ତି, ସଚଳା ପରିଡା, ମଞ୍ଜୁ ସ୍ୱାଇଁ, ସରସ୍ୱତୀ ପରିଡା, ମୀନତି ଦାସ, ପ୍ରତିମା ପାତ୍ର, ସଞ୍ଜୁକ୍ତା ସ୍ୱାଇଁ, ସ୍ୱାତୀ ଖିଲାର, ପ୍ରିୟଦର୍ଶନୀ ପରିଡା, ଶ୍ରୀ ଜି.ଶ୍ରୀନିବାସ, ସମାଜସେବୀ ଲିପିସା ମହାନ୍ତି ପ୍ରମୁଖ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି ।
ସେହିପରି ନୟାଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ନିର୍ବାଚନମଣ୍ଡଳ ଭାପୁର ବ୍ଲକର ରାକମା ପଂଚାୟତ ସମିତି ସଭ୍ୟ ବାଳଗୋପାଳ ଷଡଙ୍ଗୀ, ସମିତି ସଭ୍ୟ ତପନ ମହାପାତ୍ର, ଅଖିଳ ସେଠ, ପବିତ୍ର ଶୁକ୍ଳ, ବିଭୁତି ଜେନା, ସୁବାଷ ଜେନା, ଛାତ୍ରନେତା ସଂଗ୍ରାମ କେଶରୀ ସାହୁ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି ।
ଗଂଜାମ ଜିଲ୍ଲା ଖଲିକୋଟ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୋନମ ପୋଲାଇ, ବରିଷ୍ଠ ନେତା ଶ୍ରୀକାନ୍ତ ସ୍ୱାଇଁ, କୁବେର ପୋଲାଇ, ସରପଂଚ ଝୁଇଁକଲ ତରାଇ, ବିନୋଦିନୀ ପରିଡା, ଝୁନୁ ବେହେରା, ସୁଧାକର ଗୈାଡ, ହିନ ଖୁଂଟିଆ, ସମିତି ସଭ୍ୟା ଅହଲ୍ୟା ଦଳାଇ, ଯୁବ ନେତା ବିମଳ ପରିଡା, ଡକ୍ତର ତରାଇ ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଓ ସରୋଜ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା