ବିଏମ୍ ସିରୁ ଅବସର ଗ୍ରହଣ କଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ ମହାପାତ୍ର
ଭୁବନେଶ୍ୱର , 01 ଜୁଲାଇ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ରୁ ଅବସର ନେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମହାପାତ୍ର । ଦୀର୍ଘ 36 ବର୍ଷ କର୍ମମୟ ଜୀବନର ସର୍ବାଧିକ କାଳ ବିଏମ୍ ସିରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି । ଜଣେ ଅମାୟିକ, ଭଦ୍ର ଓ ଦକ୍ଷ ଇଂଜିନିୟର
ବିଏମ୍ ସିରୁ ଅବସର ଗ୍ରହଣ କଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ ମହାପାତ୍ର


ଭୁବନେଶ୍ୱର , 01 ଜୁଲାଇ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ରୁ ଅବସର ନେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମହାପାତ୍ର । ଦୀର୍ଘ 36 ବର୍ଷ କର୍ମମୟ ଜୀବନର ସର୍ବାଧିକ କାଳ ବିଏମ୍ ସିରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି । ଜଣେ ଅମାୟିକ, ଭଦ୍ର ଓ ଦକ୍ଷ ଇଂଜିନିୟର ଭାବେ ତାଙ୍କର ବେଶ ସୁଖ୍ୟାତି ରହିଛି । ଭୁବନେଶ୍ୱରକୁ ଅତି ନିକଟରୁ ଦେଖିଆସିଥିବା ଶ୍ରୀ ମହାପାତ୍ର 2007ରୁ 2011 ଏବଂ ପରବର୍ତ୍ତୀ କାଳରେ 2013ରୁ 2026 ଦୀର୍ଘ 17 ବର୍ଷ କାଳ ସେ ବିଏମ୍ ସିରେ କାର୍ଯ୍ୟ କରିଛନ୍ତି । 1990 ମସିହାରେ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀ ମହାପାତ୍ର, ଜୟପୁର, ସୁନାବେଢା, କୋଟପାଟ, ବ୍ରହ୍ମପୁର, ଜଟଣୀ ଆଦି ସ୍ଥାନରେ ଦକ୍ଷତାର ସହ କାର୍ଯ୍ୟକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ସୌନ୍ଦର୍ଯ୍ୟକରଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କେବଳ ସେ ଯେ ଜଣେ ଦକ୍ଷ ଇଂଜିନିୟର ତାହା ନୁହେଁ, ସେ ଜଣେ ଜଣାଶୁଣା କବି । ବିଭିନ୍ନ ପତ୍ରପତ୍ରିକା ସହ ତାଙ୍କର ଅନେକ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି । ତାଙ୍କ ପୁସ୍ତକରେ ନିଜ ଜୀବନର ଅଙ୍ଗେ ନିଭାଇଥିବା ତଥା ସମସାମୟିକ ସମାଜର ଚାଲି, ଚଳଣୀ, ଆଚାର, ବ୍ୟବହାର ଆଦି ପରିପ୍ରକାଶ ।

ଆଜି ବିଏମ୍ ସି ମୁଖ୍ୟାଳୟରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ କମିଶନର ଶ୍ରୀ ଚଞ୍ଚଳ ରାଣା କହିଥିଲେ ଯେ, ‘ମୁଁ ଆସିବା ସମୟରେ ଜାଣିବାକୁ ପାଇଲି ଯେ, ଆଉ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଅବସର ଗ୍ରହଣ କରିବେ । ତେଣୁ, ତାଙ୍କଠାରୁ ଭଲ କାର୍ଯ୍ୟ ଆଶା କରି ମୁଁ ତାଙ୍କୁ ଅଧିକ ଦାୟିତ୍ୱ ଓ ଚାପ ମଧ୍ୟ ଦେଇଛି ଏବଂ ତାର ସୁଫଳ ମଧ୍ୟ ପାଇଛି’ ।

ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସିଟି ଇଂଜିନିୟର ଶ୍ରୀ ପ୍ରଫୁଲ୍ଲ ରଇତଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ମୁଁ ଏକା କୌଣସି କାର୍ଯ୍ୟ କରି ନାହିଁ । ଯେ କୌଣସି କାର୍ଯ୍ୟ କରିବାକୁ ହେଲେ, ନିଜର ଇଚ୍ଛାଶକ୍ତି ରହିବା ସହ କିଛି ନୂଆ କରି ଦେଖାଇବାର ଆଗ୍ରହ ଏବଂ ଟିମ୍ ର ସହଯୋଗ ନିହାତି ଆବଶ୍ୟକ । ବିଏମ୍ ସିରେ ଯେତେ କାର୍ଯ୍ୟ ମୁଁ କରିଛି, ତାହା କେବଳ ସମ୍ଭବ ହୋଇଛି ମୋ ଟିମ୍ ପାଇଁ । ତେଣୁ ସମସ୍ତ ଶ୍ରେୟ ମୋ ଟିମକୁ ଦେଉଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande