ଭାରତୀ ସମାଜ ପକ୍ଷରୁ ଏକାଦଶ ତମ ସମର୍ପଣ ଉତ୍ସବ
ଭାରତୀ ସମାଜ ପକ୍ଷରୁ ଏକାଦଶ ତମ ସମର୍ପଣ ଉତ୍ସବ
ଭାରତୀ ସମାଜ ପକ୍ଷରୁ ଏକାଦଶ ତମ ସମର୍ପଣ ଉତ୍ସବ


ଭାରତୀ ସମାଜ ପକ୍ଷରୁ ଏକାଦଶ ତମ ସମର୍ପଣ ଉତ୍ସବ


ଭାରତୀ ସମାଜ ପକ୍ଷରୁ ଏକାଦଶ ତମ ସମର୍ପଣ ଉତ୍ସବ


ସମ୍ବଲପୁର, ୦୧, ଜୁଲାଇ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଲମଡୁଙ୍ଗୁରୀରେ ବୁଧବାର ଭାରତୀ ସମାଜ ପକ୍ଷରୁ ଏଗାର ତମ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲମଡୁଙ୍ଗୁରୀ ପାହାଡ ପାଦ ଦେଶରେ ବର, ପିପ୍ପଳ, ମହୁଳ, ଅଁଳା , ବାହାଡ଼ା,ତାଳ ଆଦି ବିଭିନ୍ନ ଜାତି ପକ୍ଷରୁ ପୂଜା କରାଯାଉଥିବା ବୃକ୍ଷରାଜି ରୋପଣ କରାଯାଇଥିଲା । ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ ବିଗତ ଦଶ ବର୍ଷ ଧରି ଲକ୍ଷ୍ମୀ ଡୁଙ୍ଗୁରିରେ ଦ୍ୱିତିୟ ବୁଦ୍ଧଙ୍କ ଗୁରୁ ପଦ୍ମସମ୍ଭବ ଏବଂ ବଜ୍ରଯାନୀ ଗୁରୁ ଇନ୍ଦ୍ରଭୂମି, ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ତନ୍ତ୍ର ସାଧିକା ତଥା ସହଜଯାନର ପ୍ରଚାରିକା ଲକ୍ଷ୍ମୀକରାଙ୍କ ନାମରେ ଗଛ ଲଗାଯାଇ ସମର୍ପଣ ଉତ୍ସବ ଆୟୋଜନ କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ । ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ ଭାରତୀୟ ସଂସ୍କୃତିରେ ବୃକ୍ଷ ଗୁଡିକୁ ଇଷ୍ଟ ଭାବରେ ପୂଜା କରିବାର ପରମ୍ପରା ରହିଥିବା କହିଥିଲେ। ତେଣୁ ବର୍ତମାନ ସମୟରେ ପରିବେଶ ସୁରକ୍ଷା ପାଇଁ ପୁଣିଥରେ ସମସ୍ତ ଜାତି ସମାଜ କୁ ନିଜର ପୁଜା କରୁଥିବା ବୃକ୍ଷର ସୂରକ୍ଷା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ବୃକ୍ଷର ସୁରକ୍ଷା ହୋଇପାରିବ। କାର୍ଯ୍ୟକ୍ରମରେ ବିଭିନ୍ନ ଜାତି ସମାଜ ପକ୍ଷରୁ ପୂଜା କରୁଥିବା ବୃକ୍ଷ ରୋପଣ ପରେ ପୂଜାଚ୍ଚନା କରାଯାଇ ଇଷ୍ଟ ଙ୍କ ନାମରେ ସମର୍ପଣ କରାଯାଇଥିଲା । ସଂରକ୍ଷଣ ଅଭାବରୁ ଜାତି ସମାଜ ର ପରମ୍ପରା ଏବଂ ଇତିହାସ ଲୁପ୍ତ ହୋଇଯାଉଥିବା ନେଇ ଭାରତୀ ସମାଜ ପାରମ୍ପରିକ ଜ୍ଞାନ ଏବଂ ସମାଜ ଉପଯୋଗୀ ପରମ୍ପରା ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ବିଗତ ୨୫ ବର୍ଷ ହେବ ଉଦ୍ୟମ କରୁଥିବା ଭାରତୀ ସମାଜ ଉପଦେଷ୍ଟା କାର୍ତିକ ପ୍ରସାଦ ବହିଦାର କହିଥିଲେ । ଆଜିର ସମର୍ପଣ ଉତ୍ସବରେ ବିଭିନ୍ନ ଜାତି ସମାଜ ରୁ ଅନିଳ ଖଡିଆ, ବସନ୍ତ କୋକବାଗ, ରମାକାନ୍ତ ଖଡିଆ, ଜନାର୍ଦ୍ଦନ ବାର୍ଗେ, ମୋହନ ଦ୍ୱାରୀ,ପଂଚୁଦେବ ଶାହା, ଚିତ ପଶାୟତ, ଭରତ ଶର୍ମା, ରଞ୍ଜନ ପାତ୍ର, ଚତୂର୍ଭୁଜ ଗର୍ଡିଆ, ଲଲିତା ଭୋଇ, ସମୀର ଷଡ଼ଙ୍ଗୀ, ପ୍ରେମ ସାହାଣୀ, ରଂଜିତ ସାହୁ,ବିଶ୍ୱରଂଜନ ଜେନା, ସନ୍ତୋଷ ବଢାଇ, ସୋଭାଙ୍ଗୀନୀ ପଟେଲ, ସଙ୍ଘମିତ୍ରା ପଣ୍ଡା, ପ୍ରସିସ ପଣ୍ଡା, ସ୍ୱସ୍ତିକା ନାୟକ, ଅମିତାଭ ମାଝୀ, ଶଙ୍କର ମେହେର, ଝୂନୁ ତ୍ରିପାଠୀ, ପଙ୍କଜିନୀ ବୈଠରୁ, ପ୍ରଜ୍ଞା ପରିମିତା ସାହୁ, ଭାରତୀ ସମାଜ ର ମହାସଚିବ ଗୋପବନ୍ଧୁ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande