



ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ଆଜି ଜୁଲାଇ ୧ ତାରିଖ ଦିନ ସକାଳ ବଲାଙ୍ଗୀର ରୋଟାରୀ ସେଂଟ୍ରାଲର ରକ୍ତଦାନ ଶିବିର ସ୍ଥାନିୟ ବ୍ଲଡ ବ୍ୟାଙ୍କ ଠାରେ କ୍ଲବର ନୂତନ କର୍ମକର୍ତାଙ୍କ ଦାୟିତ୍ୱ ନେବା ଅବସରରେ ଅନୁଷ୍ଟିତ ହୋଇ ବିଭିନ୍ନ ରକ୍ତଦାତାଙ୍କ ଦ୍ୱାରା ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କ୍ଲବ ନୂତନ ସଭାପତି କମଲ କିଶୋର ଅଗ୍ରୱାଲ ସମ୍ପାଦକ ରାଜେଶ ମଲଙ୍ଗଙ୍କ ଅଜିରୁ କାମ ଆରମ୍ଭ କରିଥଲେ। ବଲାଙ୍ଗୀର ବ୍ଲଡବ୍ୟାଙ୍କର ଦାୟିତ୍ୱରେ ଥିବା ଡାକ୍ତର ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥଲେ। ଏହା ଶିବିରରେ ପୂର୍ବତନ ସଭାପତି ଶୈଳେଶ ଅଗ୍ରୱାଲ, ସଭ୍ୟ ସଞ୍ଜୟ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ରାଜୀବ ହୋତା, ରଜକୁମାର ଅଗ୍ରୱାଲ, ଭଜନ ଅଗ୍ରୱାଲ, କୈଳାଶ ଅଗ୍ରୱାଲ ଓ ରୋଟାରୀ ଅନ୍ୟ ସଦସ୍ୟମାନେ ସହଯୋଗ ସହିତ ଶିବିର ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ