ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର ରାସ୍ତା କାମ, ଗ୍ରାମବାସୀଙ୍କ ପ୍ରତିବାଦ ପରେ ବିଡ଼ିଓଙ୍କ ପ୍ରତିଶ୍ରୁତି
ଚମ୍ପୁଆ, ୦୧ ଜୁଲାଇ(ହି.ସ.) – ବିନା ସୂଚନା ଫଳକରେ ଚାଲିଛି ଗ୍ରାମ୍ୟ ରାସ୍ତା ନିର୍ମାଣ। କାଦୁଅ ବାଲିରେ କଂକ୍ରିଟ ଢ଼ଳେଇ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସୁନାପଶି ପଂଚାୟତ ଅନ୍ତର୍ଗତ ସରାସପଶି ଗ୍ରାମ
ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର ରାସ୍ତା କାମ, ଗ୍ରାମବାସୀଙ୍କ ପ୍ରତିବାଦ ପରେ ବିଡ଼ିଓଙ୍କ ପ୍ରତିଶ୍ରୁତି


ଚମ୍ପୁଆ, ୦୧ ଜୁଲାଇ(ହି.ସ.) – ବିନା ସୂଚନା ଫଳକରେ ଚାଲିଛି ଗ୍ରାମ୍ୟ ରାସ୍ତା ନିର୍ମାଣ। କାଦୁଅ ବାଲିରେ କଂକ୍ରିଟ ଢ଼ଳେଇ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସୁନାପଶି ପଂଚାୟତ ଅନ୍ତର୍ଗତ ସରାସପଶି ଗ୍ରାମରୁ। ମିଳିଥିବା ସୂଚନା ଅନୁଯାୟୀ, ସରାସପଶି ଗ୍ରାମରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସରକାରୀ ନିୟମ ଅନୁସାରେ ଯେକୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ। ଏହି ଫଳକରେ ପ୍ରକଳ୍ପର ନାମ, ବ୍ୟୟ ଅଟକଳ ଓ କାର୍ଯ୍ୟକାରୀ ସଂସ୍ଥା ବିଷୟରେ ଉଲ୍ଲେଖ ରହିବା କଥା। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ, ଯାହାଫଳରେ ରାସ୍ତା ସମ୍ପର୍କିତ କୌଣସି ତଥ୍ୟ ସ୍ଥାନୀୟ ଲୋକେ ଜାଣିପାରୁ ନାହାନ୍ତି। ଅନ୍ୟପଟେ ଏହି ରାସ୍ତା କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାନେଇ ଅଭିଯୋଗ ହୋଇଛି। କାଦୁଅ ମିଶ୍ରିତ ବାଲିରେ କଂକ୍ରିଟ ଢ଼ଳେଇ କରାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଗ୍ରାମବାସୀମାନେ ଏକତ୍ରିତ ହୋଇ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ପ୍ରତିବାଦ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଯନ୍ତ୍ରୀ ସଙ୍ଗେ ସଙ୍ଗେ ସୂଚନା ଫଳକ ଲଗାଇବାକୁ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଚମ୍ପୁଆ ବିଡ଼ିଓ ସ୍ମୃତିରଞ୍ଜନ ସାହୁଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେବାସହ ତଦନ୍ତ କରି ଏକ ଭଲ ଏବଂ ଗୁଣବତାପୂର୍ଣ୍ଣ ରାସ୍ତା କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande