ଡ୍ରେନ୍ ନିର୍ମାଣ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
Collector review the drain work
Drain work


ଝାରସୁଗୁଡ଼ା, ୦୧ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାପାଳ କୁଣକ୍ଷଲ ମୋତିରାମ ଚୱକ୍ଷଣ ଆଜି ଡ୍ରେନ୍ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଗୁଣବତା ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ କାର୍ଯ୍ୟରେ ଆସୁଥିବା ବିଭିନ୍ନ ସମସ୍ୟା, ବିଶେଷକରି ଡ୍ରେନ୍ ଲାଇନ୍ରେ ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ଉପରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ବର୍ଷାଋତୁ ଆସୁଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ଚୱାଣ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଝାରସୁଗୁଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ବନମାଳୀ ନାଏକ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧି ସୁଧୀର କୁମାର ସାହିଲ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande