ଦଶ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଜିଲ୍ଲାର ସମସ୍ତ ସ୍ଥାଇ ଡାକ୍ତର: ରୋଗୀସେବା ବ୍ୟାହତ
କେନ୍ଦୁଝର, ୦୧ ଜୁଲାଇ (ହି.ସ.) - ଆଜି ଠାରୁ ରାଜ୍ୟର ସମସ୍ତ ସ୍ଥାୟୀ ଡାକ୍ତର ମାନେ ଧାରଣା ରେ ବସିଥିବା ବେଳେ କେନ୍ଦୁଝର ଜିଲା ସେଥିରୁ ବାଦ ପଡିନାହିଁ। ଜିଲ୍ଲାର ୨୦ ଟି ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପକ୍ଷରୁ ୪ ଟି ସ୍ୱାସ୍ଥ୍ୟ କେନ୍ଦ୍ର ସୁରୁଖୁରରେ ଚାଲିଥିବା ବେଳେ ୧୬ ଟି କେନ୍ଦ୍ରରେ ଧାରଣା ରେ ବସିଛନ
Dasa dafa


କେନ୍ଦୁଝର, ୦୧ ଜୁଲାଇ (ହି.ସ.) - ଆଜି ଠାରୁ ରାଜ୍ୟର ସମସ୍ତ ସ୍ଥାୟୀ ଡାକ୍ତର ମାନେ ଧାରଣା ରେ ବସିଥିବା ବେଳେ କେନ୍ଦୁଝର ଜିଲା ସେଥିରୁ ବାଦ ପଡିନାହିଁ। ଜିଲ୍ଲାର ୨୦ ଟି ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପକ୍ଷରୁ ୪ ଟି ସ୍ୱାସ୍ଥ୍ୟ କେନ୍ଦ୍ର ସୁରୁଖୁରରେ ଚାଲିଥିବା ବେଳେ ୧୬ ଟି କେନ୍ଦ୍ରରେ ଧାରଣା ରେ ବସିଛନ୍ତି ସମସ୍ତ ସ୍ଥାୟୀ ଡାକ୍ତର। ଏହାକୁ ନେଇ ବିଭିନ୍ନ ସ୍ଥାନରେ ରୋଗୀ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। କିନ୍ତୁ ଟିକେଟ ନ ମିଳିବା ଓ ଚିକିତ୍ସା ପାଇଁ ଡାକ୍ତର ନଥିବା ତାଙ୍କର କଷ୍ଟକୁ ଆହୁରି ଦୁଇ ଗୁଣିତ କରିଛି। କିନ୍ତୁ ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଖାପାଖି ୫୦ ଜଣ ଡାକ୍ତର ଦୈନିକ ଚିକିତ୍ସା କରୁଥିବା ବେଳେ ବର୍ତମାନ ୮ ଜଣ ଡି ଏମ୍ ଏଫ୍ ଓ ଅସ୍ଥାୟୀ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏଥି ମଧ୍ୟରୁ ଅସ୍ଥି ଶଲ୍ୟ, ମେଡିସିନ ଓ ଆଖି ବିଭାଗ ରେ ଜଣେ ବି ଡାକ୍ତର ନଥିବାରୁ ରୋଗୀ ମାନଙ୍କୁ ଫେରାଇ ଦିଆ ଯାଉଛି। କିନ୍ତୁ ଅନ୍ୟପଟେ ଜିଲ୍ଲାରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଠାକ୍ ଚାଲିଥିଲା ପ୍ରକାଶ କରିଛନ୍ତି ସିଡିଏମ୍ଓ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande