
ଖୋର୍ଦ୍ଧା, ୦୧ ଜୁଲାଇ (ହି.ସ.) - ଗତକାଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ନିମନ୍ତେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଏବଂ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ତା ୩୦.୦୬.୨୦୨୬ ରିଖରେ ଅବସର ଗ୍ରହଣ କରିଥିବା ୧୪ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତରୀୟ, ପୁଷ୍ପଗୁଚ୍ଛ ସହ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ନିର୍ଦ୍ଦେଶ ପତ୍ର ପ୍ରଦାନ କରାଯାଇଥିଲା । ସଭାର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶୋନାମିକା ରାୟ ନିଜ ଅଭିଭାଷଣରେ କହିଥିଲେ ଶିକ୍ଷକ ମାନେ ରାଷ୍ଟ୍ର ନିର୍ମାଣର ବିନ୍ଧାଣୀ ଅଟନ୍ତି କ୍ଷ ସରକାରୀ ସେବାରୁ ନିବୃତ ହେଲେ ମଧ୍ୟ ସେମାନଙ୍କ ଶିକ୍ଷା ଔଜ୍ୟଲ୍ୟତା ସବୁବେଳେ ସବୁ କ୍ଷେତ୍ରରେ ସବୁ ସମୟରେ ସମାଜକୁ ଦିଗ ଦର୍ଶନ ଦେବ ବୋଲି କହି ସେମାନଙ୍କର ସୁଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ଯାପନ କାମନା କରିଥିଲେ । ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ, ବେଣୁପୁରର ସହକାରୀ ଶିକ୍ଷକ ଜମ୍ବେଶ୍ୱର ରଥ, ପ୍ରଧାନ ଶିକ୍ଷକ ଗଣେଶ କରଣ,ଜୟଦେବ ଉଚ୍ଚ ବିଦ୍ୟାଳୟ, ପ୍ରତାପ ରୁଦ୍ରପୁର ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରହରାଜ,ପି ବି ସରକାରୀ ଉଚ୍ଚ ବିଦ୍ୟାଳୟ, ସାରୁଅର , ପ୍ରଧାନ ଶିକ୍ଷକ,ଗଣେଶ୍ୱର ମିଶ୍ର, ଯୁଗଳ ଚରଣ ସରକାରୀ ବାଳିକା ବିଦ୍ୟାପୀଠ ର ସହକାରୀ ଶିକ୍ଷକ,ଲକ୍ଷ୍ମିଧର ବାରିକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୌରାଙ୍ଗ ବାରିକ, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଜପୁର ର ସହକାରୀ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ପୁବୁସାହିର ସହକାରୀ ଶିକ୍ଷକ ପଦ୍ମ ଚରଣ ମହାପାତ୍ର, ଭାରତୀୟ ବିଦ୍ୟାଳୟ ୟୁନିଟ୍ ୩ ର ସହକାରୀ ଶିକ୍ଷକ ମଦନ ସିଂହ, ବାଲିଅନ୍ତା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବଂଶୀଧର ପ୍ରଧାନ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସ ର ଚତୁର୍ଥ ଶ୍ରେଣୀ କର୍ମଚାରୀ କୈଳାଶ ଚନ୍ଦ୍ର ପଣ୍ଡା, ପାରି ଓରଡା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲକ୍ଷ୍ମୀଧର ବରାଳ, ବେଗୁନିଆ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୀଳକଣ୍ଠ ସାହୁ ଏବଂ ଚିଲିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଲକ୍ଷ୍ମୀଧର ସ୍ୱାଇଁ ଅବସର ଗ୍ରହଣ କରି ପୂର୍ଣ୍ଣାଙ୍ଗ ପେନସନ ପାଇଛନ୍ତି । ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ବେହେରା, ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡ଼ାଙ୍କ ସମେତ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ର ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ