ବିଦ୍ୟାଳୟ ପରିସରରୁ ଭଙ୍ଗା ହଟାଇବାକୁ ଦାବୀ
କେନ୍ଦ୍ରାପଡ଼ା, ୦୧ ଜୁଲାଇ(ହି.ସ.) – ବିଦ୍ୟାଳୟ ଗୁଡିକ ସୌନ୍ଦର୍ୟ୍ୟକରଣ କାର୍ଯ୍ୟ ପ୍ରାୟ ୪ବର୍ଷ ହେବ ଶେଷ ହୋଇଥିଲେ ବି ମାର୍ଶାଘାଇ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିସରରେ ଭଙ୍ଗା ଲୁହାଟିଣ କାଠ ସାମଗ୍ରୀ ଗଦା ହୋଇ ରହିଛି। ଫଳରେ ବିଦ୍ୟାଳୟ ପରିସର ଏକ କବାଡ଼ିଆଖାନା ଭଳି ଦୃଶ୍ୟମାନ ହେଉଛି। ବିଦ୍ୟାଳୟର ସୌନ
ବିଦ୍ୟାଳୟ ପରିସରରୁ ଭଙ୍ଗା ହଟାଇବାକୁ ଦାବୀ


କେନ୍ଦ୍ରାପଡ଼ା, ୦୧ ଜୁଲାଇ(ହି.ସ.) – ବିଦ୍ୟାଳୟ ଗୁଡିକ ସୌନ୍ଦର୍ୟ୍ୟକରଣ କାର୍ଯ୍ୟ ପ୍ରାୟ ୪ବର୍ଷ ହେବ ଶେଷ ହୋଇଥିଲେ ବି ମାର୍ଶାଘାଇ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିସରରେ ଭଙ୍ଗା ଲୁହାଟିଣ କାଠ ସାମଗ୍ରୀ ଗଦା ହୋଇ ରହିଛି। ଫଳରେ ବିଦ୍ୟାଳୟ ପରିସର ଏକ କବାଡ଼ିଆଖାନା ଭଳି ଦୃଶ୍ୟମାନ ହେଉଛି। ବିଦ୍ୟାଳୟର ସୌନ୍ଦର୍ୟ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ରଙ୍ଗ କାମ, ଟାଇଲ କାମ କରାଯିବା ସହିତ ନୂଆ ଚେୟାର, ବେଂଚଡେସ୍କ, ଆଦି ଯୋଗାଇ ଦିଆଗଲା। ପୂର୍ବରୁ ଥିବା ବେଂଚଡେସ୍କ, ଚେୟାର, କାଠ କଳାପଟା ଆଦିକୁ ଶ୍ରେଣୀଗୃହରୁ ବାହାର କରାଯାଇ ନୂଆ ସାମଗ୍ରୀକୁ ଶ୍ରେଣୀ ଗୃହରେ ରଖାଗଲା। ବ୍ଲକର ଅଧିକାଂଶ ବିଦ୍ୟାଳୟରେ ପୂର୍ବରୁ ଥିବା ବେଂଚ ଡେସ୍କ, ଚେୟାର ଆଦିକୁ ବିଦ୍ୟାଳୟ ପରିସରରେ ରଖିଦେଲେ। ଖରା ବର୍ଷା ଖାଇ ଲୁହା ସାମଗ୍ରୀ କଳଙ୍କି ଲାଗିଯାଇ ନଷ୍ଟ ହୋଇଗଲାଣି। ପୁରୁଣା ସାମଗ୍ରୀକୁ ପୁନଃ ବ୍ୟବହାର କରିବା କିମ୍ବା ବିକ୍ରି କରିବା ନେଇ ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ତାହା ଦୀର୍ଘ ୪ବର୍ଷ ପରେ ବି ପଡ଼ିରହିଛି। କେତେକ ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତିକ୍ରମେ ପୁରୁଣା ସାମଗ୍ରୀକୁ ନିଲାମ କରି ସ୍ଥାନୀୟ ଅଂଚଳର ଅନୁଷ୍ଠାନକୁ ବିକ୍ରି କରିଦେଇଥିବା ବେଳେ କେତେକ ବିଦ୍ୟାଳୟରେ କଳଙ୍କି ଲାଗିଯାଇ ପଡ଼ିରହିଛି। ଉକ୍ତ କଳଙ୍କି ଲଗା ଲୁହା ଟିଣ ସାମଗ୍ରୀ ଏବଂ ଭଙ୍ଗା କାଠ ପଟା ସାମଗ୍ରୀକୁ ବିଦ୍ୟାଳୟ ପରିସରରୁ ହଟାଇ ବିଦ୍ୟାଳୟ ପରିସରକୁ ପରିଷ୍କାର ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande