
କେନ୍ଦ୍ରାପଡ଼ା, ୦୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟରେ ବରିଷ୍ଠ ସହକାରୀ ନିର୍ବାହୀ ଯନ୍ତ୍ରୀ ମିହିର ଦାସଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆଳି ବ୍ଲକ ବିଡିଓ ଅବିନାଶ ବିଶ୍ୱଜିତ ସେଠିଙ୍କ ତତ୍ୱାବଧାନରେ ଆଜିର ଏହି ସଭାରେ ପଂଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ, ଉପ ବିଭାଗ ଅଧିକାରୀ(ମୁଖ୍ୟ କିରାଣୀ) ସୁଶାନ୍ତ କୁମାର ବଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦେବାଶିଷ ଆଚାର୍ଯ୍ୟ, କୋଷାଧକ୍ଷ ଅନ୍ନପୂର୍ଣ୍ଣା ଭୋଇପାଇ, ଏବିଡିଓ ସୁମନ୍ତ କୁମାର ବେହୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ତରାଇଙ୍କ ସହ ବିଷ୍ଣୁ ପ୍ରସାଦ ସାହୁ, ପ୍ରଜ୍ଞା ପରମିତା ସାହୁ, ସୌମ୍ୟରଞ୍ଜନ ସାହୁ, ପ୍ରକାଶ କୁମାର ସାମଲ, ଲୋପାମୁଦ୍ରା ବେହେରା, ଶୁଭଦର୍ଶିନୀ ସାହୁ ପ୍ରମୁଖ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଫୁଲତୋଡ଼ା, ଉତରୀୟ, ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ତତସହିତ ଶ୍ରୀ ଦାସ ତାଙ୍କ କାର୍ୟ୍ୟ କାଳ ମଧ୍ୟରେ ସମସ୍ତ ସହକାରୀ କର୍ମଚାରୀ ତଥା ଅନ୍ୟ ସମସ୍ତ କର୍ମଚାରୀ ଙ୍କ ସହ ସୁସମ୍ପର୍କ ସ୍ଥାପନା କରିଥିବାରୁ ତାଙ୍କର ଅବସରରେ ବ୍ଲକ ପରିସରରେ ଉପସ୍ଥିତ ସମସ୍ତ କର୍ମଚାରୀମାନେ ତାଙ୍କୁ ମନେ ପକାଇବେ ବୋଲି ମତବ୍ୟକ୍ତ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି