ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ନାଁ ରେ ମାମଲା ରୁଜୁ କଲା ଶ୍ରମ ବିଭାଗ
କେନ୍ଦୁଝର, ୦୧ ଜୁଲାଇ (ହି.ସ.) - ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡ଼ିରେ ୧୩ଜଣଙ୍କ ମୃତ୍ୟୁ ପରେ ଦାଦନ ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ ଏତଲା ଦେଲା ଜିଲ୍ଲା ଶ୍ରମ ବିଭାଗ । ଏଥିସହ ଯେଉଁ ଥାନା ଅଂଚଳରୁ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି, ସେହି ଥାନାରେ ମଧ୍ୟ ଶ୍ରୀକାନ
ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ନାଁ ରେ ମାମଲା ରୁଜୁ କଲା ଶ୍ରମ ବିଭାଗ


କେନ୍ଦୁଝର, ୦୧ ଜୁଲାଇ (ହି.ସ.) - ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡ଼ିରେ ୧୩ଜଣଙ୍କ ମୃତ୍ୟୁ ପରେ ଦାଦନ ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ ଏତଲା ଦେଲା ଜିଲ୍ଲା ଶ୍ରମ ବିଭାଗ । ଏଥିସହ ଯେଉଁ ଥାନା ଅଂଚଳରୁ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି, ସେହି ଥାନାରେ ମଧ୍ୟ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ଏତଲା ଦିଆଯିବ । ତେଲକୋଇ ଥାନା ପରେ ନୟାକୋଟ, ସଦର, ଟାଉନ, ହରିଚନ୍ଦନପୁର, ପଣ୍ଡାପଡ଼ା , ଦୈତାରୀ, କାଞ୍ଜିପାଣି ଥାନାକୁ ମିଶାଇ ୮ ସ୍ଥାନରେ ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ ମାମଲା ରୁଜୁ ହେବ ବୋଲି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଶ୍ରମ କମିଶନର । ଏହି ଗ୍ୟାସ୍ ଟ୍ରାଜେଡ଼ିରେ ମୃତ୍ୟୁବରଣ କରିଥିବା ୧୩ଜଣ ଜୁଆଙ୍ଗ ଝିଅଙ୍କ ମଧ୍ୟରୁ ୬ଜଣ ନାବାଳିକା ଥିବା ସେ କହିଛନ୍ତି। ସେଠାରୁ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିବା ବେଳେ, ସେମାନେ କିପରି ଏଠାରେ କାମଧନ୍ଦା ପାଇବେ, ସେନେଇ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ଦଲାଲ୍ ଶ୍ରୀକାନ୍ତ ଜୁଆଙ୍କ ଏହି ଶ୍ରମିକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ତାମିଲନାଡୁ ନେଇଥିବା କହିଛନ୍ତି ଶ୍ରମ ଅଧିକାରୀ । ଶ୍ରୀକାନ୍ତ ଜୁଆଙ୍ଗ କୁ ଏସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ, ତାଙ୍କ ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେଠାରେ ଜଣେ ଅନ୍ୟ ଜଣଙ୍କ ନାଁର କାମ କରୁଥିବା ଜଣାପଡ଼ିଥିବା ସେ କହିଛନ୍ତି । ଏସମସ୍ତ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande