ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଗଞ୍ଜାମ ୧ ଜୁଲାଇ(ହି.ସ) ପୁରୁଷୋତ୍ତମ ପୁର ଥାନାତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟଲରୁ ପୁଲିସ ଆଜି ସକାଳେ ଜଣେ ଯୁବକ ପୁରୀ ଜିଲ୍ଲାର ମନୋଜ ସ୍ବାଇଁଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଥିବାରୁ,ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ମନୋଜ ଗତ ୨୮ତାରିଖରୁ ରୋପୱ ମରାମ
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର


ଗଞ୍ଜାମ ୧ ଜୁଲାଇ(ହି.ସ) ପୁରୁଷୋତ୍ତମ ପୁର ଥାନାତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟଲରୁ ପୁଲିସ ଆଜି ସକାଳେ ଜଣେ ଯୁବକ ପୁରୀ ଜିଲ୍ଲାର ମନୋଜ ସ୍ବାଇଁଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଥିବାରୁ,ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ମନୋଜ ଗତ ୨୮ତାରିଖରୁ ରୋପୱ ମରାମତି କରିବାକୁ ଆସି ହୋଟେଲରେ ରହୁଥିଲେ। ପୁରୁଷୋତ୍ତମ ପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande