ବ୍ରଜରାଜନଗରର ୨ ବର୍ଷର ବିକାଶ ରିପୋର୍ଟ ପ୍ରକାଶ: ଅଗଷ୍ଟରୁ କନକତୋରା–ଝାରସୁଗୁଡା ୪ ଥାକିଆ ରାସ୍ତା କାମ
Very soon four lane road
Suresh pujari


ଝାରସୁଗୁଡା , 01 ଜୁଲାଇ (ହି.ସ.) - ଝାରସୁଗୁଡା, ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ପଦକ୍ଷେପର ରିପୋର୍ଟ କାର୍ଡ ମଙ୍ଗଳବାର ଝାରସୁଗୁଡା ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ବିଧାୟକ ତଥା ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଥିବା କନକତୋରାରୁ ଝାରସୁଗୁଡା ପର୍ଯ୍ୟନ୍ତ ପ୍ରସ୍ତାବିତ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ। ସେହିପରି ଇବ୍ ନଦୀ ଉପରେ ନିର୍ମାଣାଧୀନ ଦ୍ୱିତୀୟ ସେତୁର କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ଖୁବ୍ଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ୀକରଣ, ସେବାର ମାନୋନ୍ନତି, ପ୍ରଦୂଷଣମୁକ୍ତ ଓ ସବୁଜ ପରିବେଶ ସୃଷ୍ଟି, ଗ୍ରାମ ଓ ସହରାଞ୍ଚଳରେ ସଡ଼କ ସଂଯୋଗର ବିସ୍ତାର, ଚାଷ ଜମିକୁ ଜଳସେଚନ ସୁବିଧା, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ବିଭିନ୍ନ ନଦୀ ଉପରେ ସେତୁ ନିର୍ମାଣ ଭଳି ଅନେକ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ବ୍ରଜରାଜନଗରକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ ଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ପୁନର୍ବ୍ୟକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande