ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା, ୦୧ ଜୁଲାଇ (ହି.ସ.) - ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର -୧ ମାନସ ମିଶ୍ର ଙ୍କ
Sadak


ଖୋର୍ଦ୍ଧା, ୦୧ ଜୁଲାଇ (ହି.ସ.) - ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର -୧ ମାନସ ମିଶ୍ର ଙ୍କ ଆୟୋଜନରେ ଏବଂ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ, ଖୋର୍ଦ୍ଧା ଅରବିନ୍ଦ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର -୨, ସନତ କୁମାର ଜେନା, ଶଙ୍ଖ ଧ୍ୱନି ରାସ୍ତା ସୁରକ୍ଷା ସମିତି, ସମ୍ପାଦକ, ପ୍ରକାଶ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ରହି ନିଜ ନିଜ ଅଧୀନରେ ସଡ଼କ ସୁରକ୍ଷା ତଥା ସଡ଼କ ଦୁର୍ଘଟଣା ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ, ଖୋର୍ଦ୍ଧା ଅରବିନ୍ଦ ନାୟକ ଜିଲ୍ଲାରେ ରାସ୍ତା ଏବଂ କୋଠା ବାଡ଼ି ଅଧୀନ ସଡ଼କ ପଥ ଏବଂ ଜାତୀୟ ରାଜମାର୍ଗରେ ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣା ରୋକିବା ଦିଗରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ପୂର୍ତ ବିଭାଗ, ଜାତୀୟ ରାଜମାର୍ଗ ପ୍ରାଧିକରଣ ପଦାଧିକାରୀ, ପୁଲିସ ପ୍ରଶାସନ, ମୋଟର ଯାନ ନିରୀକ୍ଷକ ଭୁବନେଶ୍ୱର ଏବଂ ଖୋର୍ଦ୍ଧା, ଟ୍ରାଫିକ ପୋଲିସ ଆଦି ସଂପୃକ୍ତ ବିଭାଗର କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରି ସଡ଼କ ଦୁର୍ଘଟଣା କୁ ଶତ ପ୍ରତିଶତ ଏଡ଼ାଇବା ଦିଗରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ମହାପ୍ରଭୁଙ୍କ ଘୋଷ ଯାତ୍ରା ଥିବାରୁ ବିଭାଗୀୟ ଅଧିକାରୀ ମାନେ ଟାସ୍କ ଫୋର୍ସ ଦ୍ୱାରା ନିରନ୍ତର ଯାଂଚ କରିବା, ପାଟ୍ରୋଲିଂ ସେବାକୁ କଡାକଡି କରିବା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ କ୍ଷ ସେହିପରି ସଡ଼କ ସୁରକ୍ଷା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ନାମାକୁ କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ଥାନା ୱାରି, ସଡ଼କ ସୁରକ୍ଷା ତଥ୍ୟ ପ୍ରତ୍ୟେକ ମାସରେ ପ୍ରଦାନ କରିବା, ଜିଲ୍ଲା ରାଜମାର୍ଗ ସୁରକ୍ଷା କାର୍ଯ୍ୟକାରୀ ଦଳ ଆସନ୍ତା ୧୧ ତାରିଖ ସୁଦ୍ଧା ଗଠନ କରିବା, ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ ପ୍ରଦାନ କରୁଥିବା ଉତମ ସମରିଟାନ ମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିବା, ଆମ୍ୱୁଲାନ୍ସ ସେବାକୁ କ୍ରିୟାଶୀଳ କରିବା, ରାଜମାର୍ଗରେ ବୃହତ୍ କ୍ରେନ୍ ବ୍ୟବସ୍ଥା କରିବା, ଭୁବନେଶ୍ୱର ମହାନଗର ନିଗମ ଏବଂ ବିଭିନ୍ନ ତହସିଲ ଅଧୀନ ସଡ଼କ ପଥ ଜବରଦଖଲ ହଟାଇବା ସହ ସଡ଼କ ସୁରକ୍ଷା ପୁସ୍ତିକା ଛାପିବା ଏବଂ ବହୁଳ ପ୍ରଚାର ପ୍ରସାର ଦିଗରେ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଶଙ୍ଖ ଧ୍ୱନି ରାସ୍ତା ସୁରକ୍ଷା ସମିତି ସମ୍ପାଦକ ପ୍ରକାଶ କୁମାର ମହାପାତ୍ରଙ୍କ ପୁସ୍ତିକା ଗାଡ଼ି ଚାଳକ ସୂଚନା ପୁସ୍ତିକା ଏବଂ ପିଲାଙ୍କ ସଡ଼କ ସୁରକ୍ଷା ଶିକ୍ଷା ପୁସ୍ତିକାକୁ ଉନ୍ମୋଚନ କରି ଭୂୟସୀ ପ୍ରସଂଶା କରିଥିଲେ କ୍ଷ ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଅତିରିକ୍ତ ପୋଲିସ ଆୟୁକ୍ତ, ଟ୍ରାଫିକ ସଂପୃକ୍ତ ବିଭାଗୀୟ ଅଧିକାରୀ ତଥା ସଡ଼କ ସୁରକ୍ଷା କମିଟି ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande