କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ
କୋରାପୁଟ, 01 ଜୁଲାଇ (ହି.ସ.) -କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାର
କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ


କୋରାପୁଟ, 01 ଜୁଲାଇ (ହି.ସ.) -କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ I

ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା *ବିକଶିତ କୋଟିଆ ଆକ୍ସନ ପ୍ଲାନ୍’ର ସଫଳ କାର୍ଯ୍ୟକାରୀତା। କୋଟିଆ ଅଞ୍ଚଳରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ରାସ୍ତାଘାଟ, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରଣନୀତିକ ଆର୍ଥିକ-ସାମାଜିକ ହସ୍ତକ୍ଷେପ ମାଧ୍ୟମରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସୀମାନ୍ତ ଅଞ୍ଚଳର ବିକାଶକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, କୋଟିଆର ଜନସାଧାରଣଙ୍କ ପାଖରେ ସମସ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ବିଡିଓ ରାମକୃଷ୍ଣ ନାୟକ ଏବଂ କୋଟିଆ ପାଇଁ ସ୍ୱତନ୍ତ୍ର ଦାୟିତ୍ୱପ୍ରାପ୍ତ ଅଧିକାରୀ ସୌରଭ କାନ୍ତ ଦାଶଙ୍କ ସମେତ ସମସ୍ତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande