ଜୟପୁର ସଚେତନ ନିଗରିକ କମିଟର କାଯ୍ୟକାରିଣି ବୈଠକ
ଜୟପୁର, ୦୧ ଜୁଲାଇ (ହି.ସ.) - ଜୟପୁର ସଚେତନ ନାଗରିକ କମିଟିର କାର୍ଯ୍ୟକାରିଣି ବୈଠକ ଲାଲ ସାହି ସ୍ଥିତ ଲୋକେଶ୍ୱରି କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶକ୍ତି ପ୍ରସାଦ ଷଡଙ୍ଗୀ, ମୁଖ୍ୟ ଉପଦେଷ୍ଟା ଭଜନ ସିଂ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସମେତ ସଭ୍ୟ ମାନେ ଉପସ୍ଥିତ ଥିଲେ ।
ଜୟପୁର ସଚେତନ ନିଗରିକ କମିଟର କାଯ୍ୟକାରିଣି ବୈଠକ


ଜୟପୁର, ୦୧ ଜୁଲାଇ (ହି.ସ.) - ଜୟପୁର ସଚେତନ ନାଗରିକ କମିଟିର କାର୍ଯ୍ୟକାରିଣି ବୈଠକ ଲାଲ ସାହି ସ୍ଥିତ ଲୋକେଶ୍ୱରି କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶକ୍ତି ପ୍ରସାଦ ଷଡଙ୍ଗୀ, ମୁଖ୍ୟ ଉପଦେଷ୍ଟା ଭଜନ ସିଂ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସମେତ ସଭ୍ୟ ମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମ ଦେବ ବର୍ମାଙ୍କ ଗୁଣ ଗାନ କରାଯାଇଥିଲା । ଜୟପୁର ସହରର ରଥ ଯାତ୍ରା ଉପଲକ୍ଷେ ସମ୍ପୁର୍ଣ୍ଣ ଭାବେ ନୂତନ ରଥ ନିର୍ମାଣ କରାଯାଉଥିବାରୁ ପ୍ରଶାସନ, ଦେବୋତର କମିଟି ତଥା କାର୍ଯ୍ୟକର୍ତାଙ୍କୁ ପ୍ରଶଂସା କରାଯାଇଥିଲା । ଏହା ସହ ଜୟପୁର ସହରର ପାଦ ଚଲା ରାସ୍ତାର ଅଭାବ , ଜାତୀୟ ରଜପଥ ୨୬ରେ ତିଆରି ଚାଲିଥିବା ବାଇପାସ ରାସ୍ତା ତୁରନ୍ତ ଶେଷ କରାଇବା, ମନ୍ଦିର ଗୁଡିକର ସୁପରି ଚାଳନା, ମନ୍ଦିର ଜମିର ସୁରକ୍ଷା ଦେବୋତର ଅଧିକାରିଙ୍କୁ ଜଣାଇବା ପାଇଁ ନିଷ୍ପତି ହୋଇଛି। ଉପସ୍ଥିତ ସମସ୍ତ ସଭ୍ୟ ପ୍ରତିବର୍ଷ ଭଳି ଚଳିତ ରଥ ଯାତ୍ରା ସୁରୁଖୁରୁରେ ଶେଷ ହେବା ପାଇ ଆଶା ପ୍ରକଟ କରିଥିଲେ । ବୈଠକରେ ଅନି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande