ସଖୀ ୱାନ୍ ଷ୍ଟପ୍ ସେଂଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୦୧ ଜୁଲାଇ (ହି.ସ.) - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳାଶ ଗ୍ରାମ ପଂଚାୟତ ଠାରେ ‘ସଖୀ ୱାନ୍ ଷ୍ଟପ୍ ସେଣ୍ଟର, କେନ୍ଦୁଝର’ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଖୀ ୱାନ୍ ଷ୍ଟପ୍ ସେଂଟରର ଆଡମିନିଷ୍ଟ୍ରେଟର ସୁଜତାରାଣୀ ପରିଡ଼ା, କେସ୍ ୱାର୍କ
One stop


କେନ୍ଦୁଝର, ୦୧ ଜୁଲାଇ (ହି.ସ.) - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳାଶ ଗ୍ରାମ ପଂଚାୟତ ଠାରେ ‘ସଖୀ ୱାନ୍ ଷ୍ଟପ୍ ସେଣ୍ଟର, କେନ୍ଦୁଝର’ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଖୀ ୱାନ୍ ଷ୍ଟପ୍ ସେଂଟରର ଆଡମିନିଷ୍ଟ୍ରେଟର ସୁଜତାରାଣୀ ପରିଡ଼ା, କେସ୍ ୱାର୍କର କୁମାରୀ ଜ୍ୟୋତ୍ସ୍ନା ରାଣୀ ବେହେରା ଏବଂ ଆଇଟି ଷ୍ଟାଫ୍ କୁମାରୀ ସୁପ୍ରିୟା ମଣ୍ଡଳ ଯୋଗ ଦେଇଥିଲେ। ଏଥିସହିତ ଜେଣ୍ଡର ସିଆରପି କୋଅର୍ଡିନେଟର କୁମାରୀ ୟୁଶରା କୈସର, ଜେଣ୍ଡର ସିଆରପି ସଦସ୍ୟାଗଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର। ଡାକ୍ତରୀ ସହାୟତା, ପୋଲିସ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ୱିକ କାଉନସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। ହିଂସାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ସଖୀ ସେଂଟର ସବୁ ସମୟରେ ତତ୍ପର ବୋଲି ସୂଚନା ଦିଆଯାଇଥିଲା। ଏହି ଅବସରରେ ମହିଳା ହେଲ୍ପଲାଇନ୍, ଚାଇଲ୍ଡ ହେଲ୍ପଲାଇନ୍ ଏବଂ ସଖୀ ୱାନ୍ ଷ୍ଟପ୍ ସେଂଟରର ଯୋଗାଯୋଗ ନମ୍ବର ଥିବା ଆଇଇସି ଲିଫଲେଟ୍ ବଂଟନ କରାଯାଇଥିଲା। ଏହାବ୍ୟତୀତ, ମହିଳା ସଶକ୍ତିକରଣ, ହିଂସା ବିରୁଦ୍ଧରେ ସ୍ୱର ଉତୋଳନ କରିବାର ମହତ୍ୱ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ସହାୟତା କରିବାରେ ସାମାଜିକ କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା। ସମସ୍ତଙ୍କୁ ମହିଳାଙ୍କ ଅଧିକାର ସମ୍ପର୍କରେ ସଚେତନ ରହି ସମାଜରେ ପରିବର୍ତନ ଆଣିବା ପାଇଁ ଉତ୍ସାହିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande